ଦୀପାବଳି ହେଉଛି ଆଲୋକ, ଆଶା ଏବଂ ଖୁସିର ପର୍ବ। ଏହି ଶୁଭ ଅବସରରେ ଆପଣଙ୍କର ଗୋଟିଏ ୟୁନିଟ୍ ରକ୍ତଦାନ କାହା ନିରାଶାପୂର୍ଣ୍ଣ ଜୀବନରେ ନୂତନ ଆଶାର ଦୀପ ଜାଳିପାରିବ ଏବଂ କାହା ପରିବାରର ଅମୂଲ୍ୟ ଖୁସି ଫେରାଇ ଆଣିପାରିବ।
ଆସନ୍ତୁ, ଏହି ଅବସରରେ ରକ୍ତଦାନ ଭଳି ମହାନ ସେବା କାର୍ଯ୍ୟ କରିବାର ସଂକଳ୍ପ ନେବା।
#HappyDiwali #BloodDonation
ଗଞ୍ଜାମ ଜିଲ୍ଲାର ବନ୍ୟାପ୍ରଭାବିତ ଅଞ୍ଚଳଗୁଡ଼ିକର ବିପର୍ଯ୍ୟୟ ପୀଡ଼ିତ ପରିବାରଗୁଡ଼ିକ ପାଇଁ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଦୁର୍ଦ୍ଦିନରେ ଲୋକଙ୍କ ପାଖରେ ଛିଡ଼ା ହେବା ଏବଂ ସେମାନଙ୍କ ଦୁଃଖସୁଖର ସାଥୀ ହେବା ହିଁ ଆମର ମୁଖ୍ୟ ଲକ୍ଷ୍ୟ।
#ReliefDistribution
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଏବଂ ନବରତ୍ନପୁର ଗ୍ରାମର ବନ୍ୟାପ୍ରଭାବିତ ପରିବାରଗୁଡ଼ିକ ପାଇଁ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।
ସ୍ଥାନୀୟ ପ୍ରଶାସନ ଓ ସ୍ୱେଚ୍ଛାସେବୀମାନଙ୍କ ସହଯୋଗରେ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହୋଇଛି, ଯାହା ବନ୍ୟାପୀଡ଼ିତ ପରିବାରଗୁଡ଼ିକ ମଧ୍ୟରେ ଆଶ୍ୱସନା ଏବଂ ସାହସ ସୃଷ୍ଟି କରିପାରିଛି।
#OdishaRedCross
#ReliefDistribution
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଜାହାଡ଼ା ଗ୍ରାମର ବାତ୍ୟା 'ଅର୍ଣ୍ଣବ' ଦ୍ଵାରା ପ୍ରଭାବିତ ପରିବାରଗୁଡ଼ିକ ପାଇଁ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯାଇଛି।
ନିଜର ସର୍ବସ୍ବ ହରାଇଥିବା କ୍ଷତିକୁ କେତୋଟି ରିଲିଫ୍ ସାମଗ୍ରୀ ଦ୍ଵାରା ସମ୍ପୂର୍ଣ୍ଣ ଭରଣା କରାଯାଇ ନପାରେ, କିନ୍ତୁ ଏହି କ୍ଷୁଦ୍ର ପ୍ରୟାସ ପୀଡ଼ିତ ପରିବାରଗୁଡ଼ିକୁ ଏହା ଅନୁଭବ କରାଇଛି ଯେ, ଏହି ବିପଦ ସମୟରେ ସେମାନେ ଏକା ନୁହନ୍ତି ସମଗ୍ର ସମାଜ ସେମାନଙ୍କ ସହିତ ଠିଆ ହୋଇଛି।
#OdishaRedCross #ReliefDistribution
ଆଜି ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଓଡ଼ିଶାର ନବନିଯୁକ୍ତ ମାନ୍ୟବର ରାଜ୍ୟପାଳ ଡକ୍ଟର ବ୍ରଜମୋହନ ରାମଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ରେଡକ୍ରସ୍ ସୋସାଇଟି ଦ୍ୱାରା ରାଜ୍ୟରେ କରାଯାଉଥିବା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ, ସ୍ୱେଚ୍ଛାକୃତ ରକ୍ତଦାନ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।
ଗୁଜବ ତଥା ମନରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରନ୍ତୁ, ନିର୍ଭୟରେ ରକ୍ତଦାନ କରନ୍ତୁ ଏବଂ ଅନ୍ୟର ଜୀବନ ବଞ୍ଚାଇବାରେ ସହଯୋଗ କରନ୍ତୁ।
#DonateBloos #RedCrossOdisha
ବ୍ରହ୍ମପୁର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟର ୟୁଥ୍ ରେଡକ୍ରସ୍ (YRC) ପକ୍ଷରୁ ଆସିକା ପୌରାଞ୍ଚଳ ଗଣ୍ଡାପଲ୍ଲୀ, ସୁନାମ୍ବୋ ଷ୍ଟ୍ରିଟ୍ ଏବଂ ଏହାର ଆଖପାଖ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।
#RedCrossOdisha #IndianRedCross #ReliefDistribution
ମାନବସେବା ଏବଂ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରି ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତର ମଶାଣିସାହିର ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। #ReliefDistribution
ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ମାନ୍ୟବର କନ୍ଧମାଳ ସାଂସଦ, ମାନ୍ୟବର ବିଧାୟକ, ତହସିଲଦାର, ୟୁଥ୍ ରେଡକ୍ରସ୍ ଓ ଜୁନିୟର ରେଡକ୍ରସ୍ କାଉନସେଲର ଏବଂ ନିଷ୍ଠାପର ସ୍ୱେଚ୍ଛାସେବୀମାନଙ୍କ ଉପସ୍ଥିତିରେ ସଫଳତାର ସହ ସମ୍ପାଦିତ ହୋଇଛି।
ବିପତ୍ତି ସମୟରେ ପୀଡ଼ିତଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇଦେବା ରେଡକ୍ରସର ମୂଳ ଲକ୍ଷ୍ୟ।
#RedCrossOdisha
ଭାରତୀୟ ରେଡ୍କ୍ରସ୍ ସୋସାଇଟି, ଓଡ଼ିଶାର କର୍ମଚାରୀ ଏବଂ ଯୁବ ରେଡ୍କ୍ରସ୍ (YRC) ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅର୍ଣ୍ଣବ ଓ ସମ୍ଭାବ୍ୟ ମୁରାସୁ ବାତ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ ରିଲିଫ୍ ସାମଗ୍ରୀ ପ୍ୟାକିଂ କରାଯାଉଛି।
Red Cross Odisha retweeted
Powered by Youth. Driven by Humanity.
Youth Red Cross volunteers are taking on climate change, road safety, mental health, and emergency response—building leadership by serving without discrimination.
#Bengaluru #IFRC #ICRC @https://www.facebook.com/IndianRedCrossKarnataka
ଭାରତୀୟ ରେଡ୍କ୍ରସ୍ ସୋସାଇଟି, ଓଡ଼ିଶାର କର୍ମଚାରୀ ଏବଂ ଯୁବ ରେଡ୍କ୍ରସ୍ (YRC) ସ୍ୱେଚ୍ଛାସେବୀମାନେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅର୍ଣ୍ଣବ ଓ ସମ୍ଭାବ୍ୟ ମୁରାସୁ ବାତ୍ୟା ପ୍ରଭାବିତ ଲୋକଙ୍କ ମଧ୍ୟରେ ବଣ୍ଟନ ନିମନ୍ତେ ରିଲିଫ୍ ସାମଗ୍ରୀ ପ୍ୟାକିଂ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିଛନ୍ତି।
ବିପଦ ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ତୁରନ୍ତ ରିଲିଫ ସହାୟତା ପହଞ୍ଚାଇବା ଲକ୍ଷ୍ୟରେ ସମସ୍ତେ ନିୟୋଜିତ ଅଛନ୍ତି।
#RedCrossOdisha
ବାତ୍ୟା ଭଳି ପରିସ୍ଥିତିରେ ଏହି ସମସ୍ତ ବିଷୟ ପ୍ରତି ସଚେତନ ରୁହନ୍ତୁ ଏବଂ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରନ୍ତୁ। ଆପଣଙ୍କ ସାମାନ୍ୟ ସଚେତନତା ଓ ସତର୍କତା ନିଜ ସହ ପରିବାରର ସୁରକ୍ଷା ସୁନିଶ୍ଚିତ କରିପାରିବ।
ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡ଼ିଶା ଶାଖାର ପରିସର କେବଳ ଜନସେବାର କେନ୍ଦ୍ର ନୁହେଁ, ବରଂ ଏହା ସ୍ୱଚ୍ଛତା, ସବୁଜିମା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଜ୍ୱଳନ୍ତ ପ୍ରତିଫଳନ।
#RedCrossOdisha #CleanAndGreen
ଆପଣଙ୍କର ସାମାନ୍ୟ ସମୟ ଏବଂ ଟୋପାଏ ରକ୍ତ କାହା ପାଇଁ ଏକ ନୂତନ ଜୀବନର ଦାନ ହୋଇପାରେ। କୌଣସି ସଙ୍କୋଚ ନରଖି ଆଜି ହିଁ ରକ୍ତଦାନ କରିବା ପାଇଁ ଆଗେଇ ଆସନ୍ତୁ।
#BloodDonation #RedCrossOdisha













































