Manmohan Samal retweeted
Different traditions and cultures of incredible India!
Bharat Parv in Kevadia, which was inaugurated yesterday, celebrates our unity and vibrancy…
ଭାରତର ମହାକାଶ ଯାତ୍ରାରେ ଯୋଡ଼ିହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। GSLV-F18 ରକେଟ୍ ମାଧ୍ୟମରେ NVS-03 ଉପଗ୍ରହର ସଫଳ ଉତ୍କ୍ଷେପଣ ଭାରତର ସ୍ୱଦେଶୀ NavIC ନାଭିଗେସନ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଐତିହାସିକ ଉପଲବ୍ଧି। କାରଗିଲ୍ ଯୁଦ୍ଧର ରଣନୈତିକ ଅନୁଭୂତିରୁ ଆରମ୍ଭ କରି ‘ଏକ ରାଷ୍ଟ୍ର, ଏକ ସମୟ’ର ପରିକଳ୍ପନା ପର୍ଯ୍ୟନ୍ତ, ନିଜସ୍ୱ ନାଭିଗେସନ୍ କ୍ଷମତାର ବିକାଶ ଭାରତର ରଣନୈତିକ ସ୍ୱାଧୀନତା ଓ ଆତ୍ମନିର୍ଭରତାର ଏକ ଦୃଢ଼ ପ୍ରତିଫଳନ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଆତ୍ମନିର୍ଭର ଭାରତର ସଂକଳ୍ପକୁ ସାକାର କରିବା ଦିଗରେ ISROର ଏହି ସଫଳତା ଏକ ଗୌରବମୟ ଉପଲବ୍ଧି। ଦେଶର ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଓ ମହାକାଶ ଗବେଷଣାକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ନିରନ୍ତର ପରିଶ୍ରମ କରୁଥିବା ISROର ସମସ୍ତ ବୈଜ୍ଞାନିକ, ଇଞ୍ଜିନିୟର ଓ କର୍ମଚାରୀଙ୍କୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ଜୟ ହିନ୍ଦ୍!
#ISRO #GSLVF18 #NVS03 #SpaceTechnology #AatmanirbharBharat #IndiaInSpace
कज़ाकिस्तान में आयोजित "वर्ल्ड कुश्ती चैंपियनशिप" के 59 किलोग्राम भार वर्ग में स्वर्ण पदक जीतकर भारत की पहली महिला वर्ल्ड रेसलिंग चैंपियन बनने पर मनीषा भानवाला को हार्दिक बधाई एवं शुभकामनाएं।
आपकी मेहनत, संघर्ष और अटूट संकल्प ने यह साबित कर दिया कि बेटियां किसी भी मुकाम को हासिल करने का हौसला रखती हैं। आपकी यह ऐतिहासिक जीत हर भारतीय के लिए गर्व और प्रेरणा का विषय है।
ଅଖଣ୍ଡ ଭାରତର ଶିଳ୍ପୀ, ଜାତୀୟ ଏକତାର ଅନନ୍ୟ ପ୍ରତୀକ ତଥା ‘ଲୌହମାନବ’ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କ ପବିତ୍ର ସ୍ମୃତି ପ୍ରତି ମୋର କୋଟି କୋଟି ପ୍ରଣାମ।
ନିଜର ଅଦମ୍ୟ ସାହସ, ଦୃଢ଼ ଇଚ୍ଛାଶକ୍ତି ଓ ଅତୁଟ ରାଷ୍ଟ୍ର ନିଷ୍ଠା ବଳରେ ଦେଶର ଶତାଧିକ ଗଡ଼ଜାତ ରାଜ୍ୟକୁ ଏକତ୍ରିତ କରି ଏକ ଶକ୍ତିଶାଳୀ ଓ ଅଖଣ୍ଡ ଭାରତ ଗଠନର ମୂଳଦୁଆ ପକାଇଥିଲେ। କୃଷକଙ୍କ ଅଧିକାର, ଗ୍ରାମୀଣ ସ୍ୱାବଲମ୍ବନ ଓ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ଉତ୍ଥାନ ପାଇଁ ତାଙ୍କର ସଂଘର୍ଷ ଓ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
ସର୍ଦ୍ଦାର ପଟେଲଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ମହାନ ସଂକଳ୍ପ ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ନୂତନ ଶକ୍ତି, ସାମର୍ଥ୍ୟ ଓ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ୁଛି। ତାଙ୍କର ଆଦର୍ଶ ଓ ରାଷ୍ଟ୍ରସେବାର ମହାନ ଜୀବନୀ ଆମ ସମସ୍ତଙ୍କୁ ଦେଶର ଏକତା, ଅଖଣ୍ଡତା ଓ ସ୍ୱାଭିମାନର ସୁରକ୍ଷା ପାଇଁ ସଦା ସର୍ବଦା ସମର୍ପିତ ରହିବାକୁ ପ୍ରେରଣା ଯୋଗାଇଥାଏ।
#SardarVallabhbhaiPatel #RunForUnity
କୃଷକଙ୍କ ସମୃଦ୍ଧି ହିଁ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ମୂଳ ଆଧାର। ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ଗୁଜୁରାଟର ବନାସକାଣ୍ଠାରୁ ପିଏମ୍-କିଷାନ ଯୋଜନାର ୨୪ତମ କିସ୍ତି ପ୍ରଦାନର ଶୁଭାରମ୍ଭ କରି ଦେଶର କୋଟି କୋଟି ଅନ୍ନଦାତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ଅବସରରେ ଓଡ଼ିଶାର ୩୫ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ଚାଷୀ ପରିବାରଙ୍କୁ ସିଧାସଳଖ ଡିବିଟି ମାଧ୍ୟମରେ ସହାୟତା ହସ୍ତାନ୍ତର ହୋଇଛି । ଏହା ପ୍ରଧାନମନ୍ତ୍ରୀଙ୍କ କୃଷକ କଲ୍ୟାଣ ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରମାଣ।
କୃଷକଙ୍କ ଆୟ ବୃଦ୍ଧି, କୃଷିର ଆଧୁନିକୀକରଣ ଓ ଗ୍ରାମୀଣ ଅର୍ଥନୀତିର ସୁଦୃଢ଼ୀକରଣ ଆମ ସରକାରର ପ୍ରମୁଖ ଲକ୍ଷ୍ୟ। ପିଏମ୍-କିଷାନ, ସିଏମ୍-କିଷାନ, କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କାରେ ଧାନ କ୍ରୟ, ସୁଭଦ୍ରା, କୃଷି ବିଦ୍ୟାନିଧି ଓ ପିଏମ୍ ଧନ-ଧାନ୍ୟ କୃଷି ଯୋଜନା ଭଳି ଜନକଲ୍ୟାଣକାରୀ ପଦକ୍ଷେପ ଚାଷୀ ପରିବାରଙ୍କୁ ନୂଆ ଆଶା ଓ ଆତ୍ମବିଶ୍ୱାସ ଦେଇଛି । ଅନ୍ନଦାତାଙ୍କ ସମ୍ମାନ, ସୁରକ୍ଷା ଓ ସର୍ବାଙ୍ଗୀନ ବିକାଶ ପାଇଁ ଆମ ସରକାର ଦୃଢ଼ ସଂକଳ୍ପ ସହ କାର୍ଯ୍ୟ କରୁଛି ।
#PMKisan #BJP #PMModiji
ଜନସଂଘ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଓ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଆର୍. କେ. ସିହ୍ନା ଜୀଙ୍କ ପରଲୋକ ଖବର ଶୁଣି ମୁଁ ଗଭୀର ମର୍ମାହତ ଓ ଦୁଃଖିତ। ସଂଗଠନକୁ ସୁଦୃଢ଼ କରିବା ସହ ଦଳର ବିସ୍ତାର ଏବଂ ଜନସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ରାଜ୍ୟସଭା ସାଂସଦ ଭାବେ ମଧ୍ୟ ସେ ସର୍ବଦା ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକୁ ଗୁରୁତ୍ୱ ଦେଇ ଆସିଥିଲେ। ତାଙ୍କର ନିଷ୍ଠାପର ସେବା, ସମର୍ପଣ ଓ ସାଂଗଠନିକ ଦକ୍ଷତା ସର୍ବଦା ସ୍ମରଣୀୟ ହୋଇ ରହିବ।
ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ସେ ଦିବଂଗତ ଆତ୍ମାଙ୍କୁ ନିଜ ଶ୍ରୀଚରଣରେ ସ୍ଥାନ ଦେବା ସହ ଶୋକାକୁଳ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।
ଓଁ ଶାନ୍ତି!
जब तक भारत टॉप इकोनॉमी नहीं बनता,
जब तक भारत आत्मनिर्भर नहीं होता,
जब तक भारत, दुनिया का मैन्युफैक्चरिंग हब नहीं बनता,
जब तक हर गरीब को पक्की छत नहीं मिलती,
जब तक देश से गरीबी नहीं मिटती,
जब तक गांव-गांव लखपति दीदी नहीं बनतीं,
जब तक परिवारवाद की राजनीति का अंत नहीं होता,
जब तक तुष्टिकरण की राजनीति का अंत नहीं होता,
जब तक भारत 'विकसित' नहीं होता...
जनता बोल रही है… #ModiKahiNahiJayega!
पहले की सरकारें MSP को लेकर भी किसानों को धोखा ही दे रही थी, लेकिन यह हमारी सरकार है जिसने MSP का वादा पूरा किया है।
#PMKisanSammanNidhi
देश में छोटे किसानों की संख्या 85 प्रतिशत से ज्यादा है। ऐसे छोटे किसानों की चिंता हमारी सरकार ने ही की और उन्हें पीएम किसान सम्मान निधि से मदद पहुँचाई। पिछले कुछ सालों में वैश्विक अनिश्चितताओं के बीच खाद की कीमतों में बहुत उछाल आया लेकिन किसानों को समर्पित हमारी सरकार ने इसका बोझ किसानों पर नहीं पड़ने दिया
: माननीय प्रधानमंत्री श्री @narendramodi जी
#PMModiinGujarat #PMKisanSammanNidhi #PMKisan24thInstallment
କୃଷକଙ୍କ ହିତରେ ମୋଦୀ ସରକାର....
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ଗୁଜରାଟର ବନାସକାଣ୍ଠାରୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ଅର୍ଥରାଶି ହସ୍ତାନ୍ତର କରି ଦେଶର ୯.୩୪ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮,୬୯୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି।
କୃଷକଙ୍କ ଆର୍ଥିକ ସଶକ୍ତିକରଣ, କୃଷି କ୍ଷେତ୍ରର ଉନ୍ନତି ଏବଂ ଅନ୍ନଦାତାଙ୍କ ସମୃଦ୍ଧି ପାଇଁ ମୋଦୀ ସରକାରଙ୍କ ଏହି ପଦକ୍ଷେପ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
#PMKisan #ModiGovernment #FarmersWelfare
Manmohan Samal retweeted
From farms and dairy to infrastructure and connectivity, Banaskantha is making new strides in development. teapaw.org/i/broadcasts/1aKbdEjyq…
लोकप्रिय राजनेता, कुशल संगठनकर्ता, राष्ट्रवाद के ओजस्वी स्वर एवं पूर्व केंद्रीय मंत्री स्व. प्रमोद महाजन जी की जयंती पर उन्हें सादर नमन। देश एवं समाज के विकास के लिए समर्पित आपका जीवन सदैव प्रेरणादायक रहेगा।
भारत के परमाणु कार्यक्रम के शिल्पकार एवं महान वैज्ञानिक डॉ. होमी जहांगीर भाभा जी की जयंती पर उन्हें सादर नमन। विज्ञान के क्षेत्र में उनका अतुलनीय योगदान और राष्ट्र निर्माण के प्रति उनकी दूरदर्शिता सदैव देशवासियों को प्रेरित करती रहेगी।
ଆର୍ଯ୍ୟ ସମାଜର ପ୍ରତିଷ୍ଠାତା, ମହାନ ସମାଜ ସଂସ୍କାରକ ତଥା ବୈଦିକ ଧର୍ମ ଓ ସଂସ୍କୃତିର ମହାନ ପ୍ରଚାରକ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କ ପବିତ୍ର ସ୍ମୃତି ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସମାଜରୁ ଅନ୍ଧବିଶ୍ୱାସ, କୁସଂସ୍କାର ଓ ଜାତିଭେଦ ଦୂର କରିବା ସହ ସତ୍ୟ, ଜ୍ଞାନ ଓ ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ସେ ନିଜ ଜୀବନକୁ ସମର୍ପିତ କରିଥିଲେ।
ତାଙ୍କର ମହାନ ବିଚାରଧାରା, 'ବେଦକୁ ଫେର'ର ଆହ୍ୱାନ ଏବଂ ଶିକ୍ଷା ଓ ସାମାଜିକ ସଂସ୍କାର କ୍ଷେତ୍ରରେ ଅତୁଳନୀୟ ଅବଦାନ ଆଜି ମଧ୍ୟ ସମାଜକୁ ନୂତନ ଦିଗଦର୍ଶନ ଦେଉଛି। ତାଙ୍କର ଆଦର୍ଶ ଓ ଚିନ୍ତାଧାରା ଆମ ସମସ୍ତଙ୍କୁ ଏକ ଜାଗ୍ରତ, ସଂସ୍କାରିତ ଓ ସମୃଦ୍ଧ ସମାଜ ଗଠନ ପାଇଁ ସର୍ବଦା ପ୍ରେରଣା ଯୋଗାଉଥାଉ।
1984 में जिस दिन दिल्ली में हमारे सिख भाइयों के साथ हिंसा और दंगे हुए थे, उसी दिन राहुल गांधी और कांग्रेस पार्टी द्वारा कार्यक्रम का आयोजन किया जाना निंदनीय है।
ସମ୍ପ୍ରତି ପ୍ରଳୟଙ୍କରୀ ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମାଞ୍ଚଳର ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ମାଲକାନଗିରି ଆଦି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମୋତେ ଗଭୀର ଭାବେ ମର୍ମାହତ କରିଛି। ଏହି କଠିନ ସମୟରେ ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ସହ ଆମ ଦଳ ଦୃଢ଼ ଭାବେ ଠିଆ ହୋଇଛି।
ଏଭଳି ବିପତ୍ତି ସମୟରେ ଜନସାଧାରଣଙ୍କୁ ସହଯୋଗ କରିବା ଆମ ସମସ୍ତଙ୍କର ନୈତିକ ଓ ସାମାଜିକ ଦାୟିତ୍ୱ। ତେଣୁ ପ୍ରଭାବିତ ଜିଲ୍ଲାଗୁଡ଼ିକର ସମସ୍ତ ଦଳୀୟ ନେତା, କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତାମାନେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବା ସହିତ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଖାଦ୍ୟ, ପାନୀୟ ଜଳ ଓ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଁ ଆହ୍ୱାନ କରୁଛି।
ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସମସ୍ତେ ସହଯୋଗର ହାତ ବଢ଼ାଇବା ସହ ପ୍ରଭାବିତ ପରିବାରଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବା ଆମର ଲକ୍ଷ୍ୟ। ଏହି ସଙ୍କଟର ମୁକାବିଲା ପାଇଁ ଏକତା, ସହଯୋଗ ଓ ମାନବିକତାର ପରିଚୟ ଦେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।
ମହାନ୍ ସ୍ଵାଧୀନତା ସଂଗ୍ରାମୀ, ପାଇକ ବିଦ୍ରୋହର ପୁରୋଧା ଜୟୀ ରାଜଗୁରୁଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପାଦପଦ୍ମରେ ଶତ ଶତ ପ୍ରଣାମ । ବ୍ରିଟିଶ ଶାସନର ଅତ୍ୟାଚାର ବିରୁଦ୍ଧରେ ଓଡ଼ିଶାର ମାଟିରେ ପ୍ରଥମ ଶଙ୍ଖନାଦ କରିଥିବା ଏହି ବୀର ସେନାନୀ ନିଜର ପ୍ରାଣକୁ ତୁଚ୍ଛ ଜ୍ଞାନ କରି ମାତୃଭୂମିର ସ୍ଵାଧୀନତା ପାଇଁ ସର୍ବସ୍ୱ ଉତ୍ସର୍ଗ କରିଥିଲେ । ଖୋର୍ଦ୍ଧା ଗଡ଼ର ରାଜଗୁରୁ ଭାବେ ସେ କେବଳ ଶାସନର ପରାମର୍ଶଦାତା ନଥିଲେ, ବରଂ ପାଇକ ବିଦ୍ରୋହକୁ ଦିଗ ଦେଇ ଜନସାଧାରଣଙ୍କ ମନରେ ସ୍ଵାଧୀନତାର ଜ୍ୱାଳା ଜାଳିଥିଲେ ।
ତାଙ୍କ ଅଦମ୍ୟ ସାହସ, ଅଟଳ ଦେଶପ୍ରେମ ଓ ଆତ୍ମବଳିଦାନ ଆଜି ବି ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାର ଗୌରବ ଓ ଅସ୍ମିତାର ରକ୍ଷା ତଥା ବିକଶିତ ଓଡ଼ିଶା ଗଠନ ଦିଗରେ ଆମେ ନିରନ୍ତର କାର୍ଯ୍ୟ କରିବା, ଏହା ହିଁ ଏହି ମହାନ୍ ବୀରଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ।












