ବରିଷ୍ଠ ଆଇନଜୀବୀ ତଥା ବାର୍ କାଉନସିଲ୍ ସଭ୍ୟ ଶ୍ରୀ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଏହି ଦୁଃଖଦ ସମୟରେ ଭୁବନେଶ୍ୱରର ବିଜେବି ନଗରସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଅମର ଆତ୍ମା ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କଲି।
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ୱର ବିମାନବନ୍ଦରଠାରେ ଆୟୋଜିତ ହେବାକୁ ଥିବା ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ସଫଳ ଆୟୋଜନ ସମ୍ପର୍କରେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ବିସ୍ତୃତ ଆଲୋଚନା କରାଗଲା।ଆସନ୍ତାକାଲି ମାନନୀୟ ପ୍ରଧାନମନ୍ତ୍ରୀଜୀ ₹୧୭୦ କୋଟି ବ୍ୟୟରେ
ନିର୍ମିତ ଆର୍ବିଆଇ (RBI) ଡାଟା ସେଣ୍ଟରର ଉଦ୍ଘାଟନ କରିବେ। ଏହି ଗସ୍ତ ଓଡ଼ିଶାର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ସହ ରାଜ୍ୟର ପ୍ରଗତିରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ଆମର ଆଶା।ଆସନ୍ତୁ, ଆମ ସମସ୍ତଙ୍କ ଏକତା, ଉତ୍ସାହ ଓ ଉଦ୍ଦୀପନାର ସହ ମାନନୀୟ ପ୍ରଧାନମନ୍ତ୍ରୀଜୀଙ୍କୁ ଓଡ଼ିଶା ମାଟିରେ ଭବ୍ୟ ସ୍ୱାଗତ ଜଣାଇବା।
#NarendraModi
ବିଶ୍ଵର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଓଡ଼ିଶାକୁ ସ୍ଵାଗତ । #ModiAsuchanti
ମୁମ୍ବାଇରେ ଆୟୋଜିତ ଇଣ୍ଡିଆ କେମ୍ ୨୦୨୬ (India Chem 2026) କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ମହୋଦୟଙ୍କୁ ଭୁବନେଶ୍ୱର ବିମାନବନ୍ଦରଠାରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଲୁ। ଓଡ଼ିଶାର ଶିଳ୍ପାୟନ, ପୁଞ୍ଜିନିବେଶ ଓ ଆର୍ଥିକ ବିକାଶକୁ ନୂତନ ଦିଗ ଦେବା ଦିଗରେ ଏହିପରି ପଦକ୍ଷେପ
ମୁମ୍ବାଇରେ ଆୟୋଜିତ ଇଣ୍ଡିଆ କେମ୍ ୨୦୨୬ (India Chem 2026) କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ମହୋଦୟଙ୍କୁ ଭୁବନେଶ୍ୱର ବିମାନବନ୍ଦରଠାରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଲୁ। ଓଡ଼ିଶାର ଶିଳ୍ପାୟନ, ପୁଞ୍ଜିନିବେଶ ଓ ଆର୍ଥିକ ବିକାଶକୁ ନୂତନ ଦିଗ ଦେବା ଦିଗରେ ଏହିପରି ପଦକ୍ଷେପ
ଆଜି ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍ଠାରେ ଆୟୋଜିତ ଓଡ଼ିଶା ଟୁରିଜିମ୍ କନକ୍ଲେଭ୍ ୨୦୨୬ରେ ଯୋଗଦେଲି । ପର୍ଯ୍ୟଟନ କ୍ଷେତ୍ରରେ ଆମ ସରକାରଙ୍କର ବିଭିନ୍ନ ନୀତି ଓ ପଦକ୍ଷେପକୁ ବାସ୍ତବ ରୂପ ଦେବାରେ ହୋଟେଲ ଓ ହସ୍ପିଟାଲିଟି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ମତ ରଖିଲି ।ଆଡଭେଞ୍ଚର ଟୁରିଜିମ୍ ଓ ହୋମ୍ଷ୍ଟେ ଭଳି ନୂତନ ପଦକ୍ଷେପ
ଓଡ଼ିଶାର ପର୍ଯ୍ୟଟନକୁ ନୂଆ ଦିଗ ଦେଉଛି । ସମସ୍ତଙ୍କ ସହଯୋଗରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଆମ ସରକାର ସଂକଳ୍ପବଦ୍ଧ।ଏହି କାର୍ଯ୍ୟକ୍ରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା , ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଅନ୍ୟ ଅତିଥିଗଣ ଉପସ୍ଥିତ ଥିଲେ।
#OdishaTourism #ThinkIndiaThinkOdisha
ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ଜଗତଜନନୀ ମା’ ଦୁର୍ଗାଙ୍କ ଦର୍ଶନ କରିବା ସହ ମା’ଙ୍କ ଦିବ୍ୟ ଆଶୀର୍ବାଦ ଗ୍ରହଣ କଲି।ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଅସୀମ କୃପା ଓ ଦିବ୍ୟ ଆଶୀର୍ବାଦରେ ଆପଣମାନଙ୍କ ପ୍ରତ୍ୟେକଙ୍କ ଜୀବନ ସୁଖ, ସମୃଦ୍ଧି, ଶାନ୍ତି ଓ ଆରୋଗ୍ୟରେ ପରିପୂର୍ଣ୍ଣ ହେଉ। ମା’ଙ୍କ ଆଗମନରେ ସମଗ୍ର ଓଡ଼ିଶାରେ
ଭୁବନେଶ୍ୱରରେ ଆୟୋଜିତ ପବିତ୍ର ଶାରଦୀୟ ଦୁର୍ଗାପୂଜା ଭସାଣି ଉତ୍ସବରେ ସାମିଲ ହୋଇ ମା’ ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦ ଲାଭ କରିବା ସହ ଉପସ୍ଥିତ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ମଧ୍ୟରେ ଏହି ଭକ୍ତିମୟ ଓ ଆଧ୍ୟାତ୍ମିକ ସମାଗମର ଦିବ୍ୟ ଅନୁଭୂତି ପ୍ରାପ୍ତ କଲି।ମା’ ଦୁର୍ଗାଙ୍କ ଅପାର କରୁଣା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି
ଲୋକଙ୍କ ସରକାରରେ ଦକ୍ଷତା ବିକାଶ ସହ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ। PM-SETU ଅଧୀନରେ କଟକ ITI କ୍ଲଷ୍ଟର ପାଇଁ ₹୨୪୦.୫୦ କୋଟି ନିବେଶକୁ ଅନୁମୋଦନ ମିଳିଛି।
ଲୋକଙ୍କ ସରକାରରେ ଶିକ୍ଷା ବିକାଶକୁ ମିଳୁଛି ସର୍ବାଧିକ ପ୍ରାଥମିକତା। ରାଜ୍ୟର ପ୍ରମୁଖ ସହରମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ସୁବିଧାର ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସୁବିଧା ସୁଯୋଗ ସହ ନୂଆ ହଷ୍ଟେଲ ନିର୍ମାଣ କରାଯିବ । ଏହା ସହ ମେଧାବୀ ଯୁବପିଢ଼ିଙ୍କୁ ପ୍ରଶାସନିକ ସେବା କ୍ଷେତ୍ରରେ
ଆଗକୁ ନେବା ପାଇଁ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ମାର୍ଗଦର୍ଶନର ବ୍ୟବସ୍ଥା କରାଯିବ ।
Education remains a top priority for the People’s Government, with new hostels planned in major cities and special coaching and guidance for civil services aspirants to empower
























