ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଏବଂ ଯାଜପୁର ଜିଲ୍ଲା ନୋଡାଲ ଅଧିକାରୀ ଡ଼ଃ ମୃଣାଳିନୀ ଦର୍ଶୱାଲ ଦୁଇଦିନିଆ ଜିଲ୍ଲା ଗସ୍ତର ଆସିଛନ୍ତି।
ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଓ ନିୟମିତ ତଦାରଖ ସୁନିଶ୍ଚିତ କରି ସରକାରୀ ଯୋଜନାର ସୁଫଳ ଯେପରି ତୃଣମୂଳ ସ୍ତରରେ ଜନସାଧାରଣଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ସଚିବ ଗୁରୁତ୍ୱାରୋପ କରିଥିଲେ।
ବ୍ୟାସନଗର ସହରାଞ୍ଚଳରେ ଆଗାମୀ କାଳୀପୂଜା ଓ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳା ଓ ସୁବ୍ୟବସ୍ଥିତ ଢଙ୍ଗରେ ପାଳନ କରିବା ଲକ୍ଷ୍ୟରେ ତା ୦୪-୧୧-୨୦୨୬ରିଖରେ ଯାଜପୁର ରୋଡ ସ୍ଥିତ ବ୍ୟାସଦେବ ଟାଉନ୍ ହଲ୍ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିସହ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଗଣପର୍ବକୁ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରାର ସହ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ସମସ୍ତ ପୂଜା କମିଟି, ଶାନ୍ତି କମିଟି ଓ ଜନସାଧାରଣଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ।
ଆଜି ମାନ୍ୟବର କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ Akash Dasnayak ଙ୍କ ଅଧ୍ୟକ୍ଷତାରେ କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି (ACDC)ର ବୈଠକ ଅନୁଷ୍ଠିତ ହୋଇଥିଲା।
ଯାଜପୁର ରୋଡ୍ ବ୍ୟାସନଗର ସ୍ଥିତ ବ୍ୟାସଦେବ ଟାଉନ୍ ହଲ୍ଠାରେ ଅନୁଷ୍ଠିତ ଏହି ବୈଠକରେ କୋରେଇ ନିର୍ବାଚନମଣ୍ଡଳୀରେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ଓ ଆଲୋଚନା କରାଯାଇଥିଲା।
Collector & DM, Jajpur retweeted
📢 ଭୋଟରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ!
ଭାରତ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମୟରେ ପ୍ରକାଶିତ ଚିଠା ଭୋଟର ତାଲିକାରେ ଯେଉଁ ଭୋଟରଙ୍କ ନାମ ସ୍ଥାନ ପାଇନାହିଁ, ସେମାନେ ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ଥିଲେ ମଧ୍ୟ ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ଏହି ସୁବିଧା SIR ସମୟରେ ଏବଂ ପରବର୍ତ୍ତୀ ନିରନ୍ତର ଅଦ୍ୟତନ (Continuous Updation) ସମୟରେ ମଧ୍ୟ ଉପଲବ୍ଧ।
✅ ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ଥିଲେ ଏବଂ ପରବର୍ତ୍ତୀ ସମୟରେ ଭୋଟର ତାଲିକାରୁ ନାମ ବାଦ୍ ପଡ଼ିଥିଲେ ମଧ୍ୟ, ଫର୍ମ-୬ ଦାଖଲ କରିବାରେ କୌଣସି ବାଧା ନାହିଁ।
✅ ଏଭଳି ପରିସ୍ଥିତିରେ ଫର୍ମ-୬ ଦାଖଲ କରିବା ନିଜେ ଏକ ମିଥ୍ୟା ଘୋଷଣା ନୁହେଁ।
✅ ନିର୍ଦ୍ଧାରିତ ସର୍ତ୍ତାବଳୀ ପୂରଣ ହୋଇଥିଲେ, କେବଳ ପୂର୍ବରୁ ଭୋଟର ତାଲିକାରେ ନାମ ଥିବା କାରଣରୁ ଲୋକପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୩୧ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ।
ଚିଠା ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ଭୋଟରମାନେ ଦାବି ଓ ଆପତ୍ତି ଅବଧିରେ କିମ୍ବା ପରବର୍ତ୍ତୀ ନିରନ୍ତର ଅଦ୍ୟତନ ସମୟରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଫର୍ମ-୬ ଦାଖଲ କରି ନିଜ ନାମ ସାମିଲ କରାଇପାରିବେ।
ଆପଣଙ୍କ ଭୋଟ୍, ଆପଣଙ୍କ ଅଧିକାର। ଭୋଟର ତାଲିକାରେ ନିଜ ନାମ ନିଶ୍ଚିତ କରନ୍ତୁ।
#ECI #SIR2026 #Form6 #ContinuousUpdation #VoterRegistration
ଆଜି ଯାଜପୁରରେ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ "ଯୁଗ୍ମ ଅଭିଯୋଗ ଶୁଣାଣି" ଶିବିର ଅନୁଷ୍ଠିତ ହୋଇଥିଲା।
ଜିଲ୍ଲାସ୍ତରୀୟ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬’ ପାଳନ ଅବସରରେ ଆଜି ଜିଲ୍ଲାପରିଷଦ ସମ୍ମିଳନୀ ଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ‘ସାଧୁତାରୁ ସମୃଦ୍ଧି’ ଶୀର୍ଷକ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଦୁର୍ନୀତିର ବିଭିନ୍ନ ଦିଗ ଓ ଏହାର ନିବାରଣ ସମ୍ପର୍କରେ ସଚେତନ କରିଥିଲେ। ଏହି ଅବସରରେ ‘ସାଧୁତାରୁ ସମୃଦ୍ଧି’ ବିଷୟବସ୍ତୁ ଉପରେ ପୂର୍ବରୁ ଆୟୋଜିତ ବିତର୍କ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା।
ଏହି ସଭାରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ, ଭିଜିଲାନ୍ସ ବିଭାଗର ଉପ ଆରକ୍ଷୀ ଅଧୀକ୍ଷକ, ଯାଜପୁର ସଦର ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।
#VigilanceAwarenessWeek #IntegrityPledge





























