ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର #CIPET ବାଲେଶ୍ଵର ସହ ଏମଓୟୁ ସ୍ଵାକ୍ଷରିତ
-୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଡିପ୍ଲୋମା ଏବଂ ପିଜି ଡିପ୍ଲୋମା ପାଠ୍ୟକ୍ରମରେ ମିଳିବ ନାମଲେଖା ସୁଯୋଗ
ଏହି କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।
ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ‘ସ୍ନେହସେତୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଆଉ ଏକ ମାନବିକତାର ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ନିଜ ପରିବାରଠାରୁ ବିଚ୍ଛିନ୍ନ ହୋଇ ରହିଥିବା ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଉପସ୍ଥିତିରେ ସୁରକ୍ଷିତ ଭାବେ ପରିବାର ସହିତ ପୁନଃମିଳନ କରାଯାଇଛି।
ଜିଲ୍ଲା ମତ୍ସ୍ୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନାର କ୍ଷେତ୍ରସ୍ତରୀୟ ସମୀକ୍ଷା ତଥା ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଲଇକେରା ବ୍ଲକ ଗସ୍ତ କରିଥିଲେ।
ଲଇକେରା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୋଟ ୨୦ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥିସହ ରେଡକ୍ରସ ପାଣ୍ଠିରୁ ୨ ଜଣ ହିତାଧିକାରୀଙ୍କୁ ମୋଟ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା।
#ସାଧୁତାର_ଶପଥ_ପାଠ
#ଦୁର୍ନୀତି_ନିବାରଣ_ସଚେତନତା_ସପ୍ତାହ୨୦୨୬
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଝାରସୁଗୁଡାର ବିଭିନ୍ନ ବିଭାଗ, ବ୍ଲକ, ତହସିଲ କାର୍ଯ୍ୟାଳୟରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
#VigilanceAwarenessWeek #AntiCorruption #SayNoToCorruption #IntegrityForNation – at Jharsuguda, India
ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସୁବୋଧ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଜରୁରୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
-ଆଜି ଠାରୁ ଜିଲ୍ଲା, ତହସିଲ ଏବଂ ବ୍ଲକ ସ୍ତରରେ ୨୪/୭ କାର୍ଯ୍ୟକ୍ଷମ ହେଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର
ଗ୍ରାଉଣ୍ଡ ଜିରୋକୁ ଯାଇ ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ଝାରସୁଗୁଡ଼ା ଜିଲ୍ଲାପାଳ
-ସମୀକ୍ଷା ବୈଠକର ଦିନକ ପରେ ତୃଣମୂଳ ସ୍ତରରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଅନୁଧ୍ୟାନ
-ଜାମେରା ଓ ପଞ୍ଚପଡ଼ା ଇବ୍ ନଦୀ ପୋଲ ନିର୍ମାଣ କାର୍ଯ୍ୟ ଯାଞ୍ଚ
-୪୯ ନମ୍ବର ଜାତୀୟ ରାଜପଥ ଜମି ଅଧିଗ୍ରହଣ ନେଇ ସ୍ଥିତି ଅନୁଧ୍ୟାନ – at Jharsuguda, India
ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଡାଏଗ୍ନୋଷ୍ଟିକ୍ ସେଣ୍ଟରକୁ ଏକ ସୁବିଧାସମ୍ପନ୍ନ ହସ୍ପିଟାଲରେ ପରିଗଣିତ କରିବା ସହ ଅଞ୍ଚଳବାସୀଙ୍କୁ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ମାନ୍ୟବର ବିଧାୟକ ଓ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। @HFWOdisha
Press clippings on #Transformation of Brajarajnagar’s Drama Pendal into a Modern Open-Air Theatre
@Culturedeptt @CMO_Odisha @IPR_Odisha @HUDDeptOdisha – at Jharsuguda, India
Press clippings on #Beautification of IB riverfront
@IPR_Odisha @CMO_Odisha @odisha_tourism – at Jharsuguda, India
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଲଖନପୁର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏବଂ ଗ୍ରାମାଞ୍ଚଳ ପରିଦର୍ଶନ କରି ସେଠାରେ ଥିବା ଜନସାଧାରଣଙ୍କ ସମସ୍ୟା ତଥା ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। – at Jharsuguda, India
'ସିଏସଆର କନକ୍ଲେଭ-୨୦୨୬'ରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ଏସପି ଶ୍ରୀ ଜି. ଆର୍. ରାଘବେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ସାମଗ୍ରିକ ବିକାଶ ଏବଂ #CSR ପାଣ୍ଠିର ଉପଯୁକ୍ତ ବିନିଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। – at Jharsuguda, India
କିର୍ମିରା ବ୍ଲକରେ ପ୍ରସ୍ତାବିତ #OSRTC ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ #ଜମି_ଚିହ୍ନଟ କଲେ ଜିଲ୍ଲାପାଳ
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଏକ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ପ୍ରସ୍ତାବିତ ବସ୍ ଷ୍ଟାଣ୍ଡ ନିର୍ମାଣ ଲାଗି କ୍ଷେତ୍ର ପରିଦର୍ଶନ କରିଛନ୍ତି।@CMO_Odisha
ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାର ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାପାଳ।
ଏଚ୍. କଟାପାଲି ଜିଲ୍ଲାର #ପ୍ରଥମ 'ଆଦର୍ଶ ସୌର ଗ୍ରାମ' ଘୋଷିତ
'ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜଲୀ ଯୋଜନା' #PMSGMBY କାର୍ଯ୍ୟକାରିତାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
@EnergyOdisha
ବିଭିନ୍ନ ଉନ୍ନୟନମୂଳକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ସମୀକ୍ଷା ବୈଠକ କରିଛନ୍ତି। ଜାତୀୟ ରାଜପଥ ଡିଭିଜନ ଏବଂ ଝାରସୁଗୁଡ଼ା ପୂର୍ତ୍ତ ବିଭାଗ ଅଧୀନରେ ନିର୍ମାଣାଧୀନ ଥିବା ବିଭିନ୍ନ ରାସ୍ତା, ପୋଲ ଏବଂ ସରକାରୀ କୋଠା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ସ୍ଥିତି ଅନୁଧ୍ୟାନ କରିଥିଲେ। @PWD_Odisha
ଜିଲ୍ଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ ଅନୁମୋଦନ କମିଟି ବୈଠକ
-୪୩.୭୫ କୋଟି ଟଙ୍କାର ୨ଟି ପ୍ରକଳ୍ପକୁ ମଞ୍ଜୁରୀ
-ପ୍ରାୟ ୨୦୦+ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା
-ମୋଟ ୨୨୧.୨୦ କୋଟି ଟଙ୍କା ବ୍ୟୟଅଟକଳର ୧୨ଟି ଶିଳ୍ପ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା
@InvestInOdisha @CMO_Odisha @IPR_Odisha – at Jharsuguda, India
ଜିଲ୍ଲାରେ ଶିଳ୍ପାୟନ ତଥା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ସମ୍ଭାବନା ଏବଂ ଶିଳ୍ପ ପ୍ରତିଷ୍ଠା ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। – at Jharsuguda, India




























































