Collector & DM, Malkangiri (@dm_malkangiri) profile picture

Office of the District Magistrate, Malkangiri

Malkangiri, India
Joined June 2019
Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)
ଜାତୀୟ ଏକତା, ଭାଇଚାରା ଓ ସାମାଜିକ ସଦ୍‌ଭାବନାର ବାର୍ତ୍ତା ନେଇ ମାଲକାନଗିରିଠାରେ ଏକତା ପଦଯାତ୍ରା (Unity Run) ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ନବରଙ୍ଗପୁର, ମାଲକାନଗିରିର ମାନ୍ୟବର ବିଧାୟକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବନଖଣ୍ଡ ଅଧିକାରୀ (DFO), ଅତିରିକ୍ତ ଜିଲ୍ଲାପାଳ ଏବଂ
1
352
ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପଦଯାତ୍ରାରେ ସାମିଲ ହୋଇଥିଲେ। ଏହି ପଦଯାତ୍ରା ମାଧ୍ୟମରେ ଏକତା, ଅଖଣ୍ଡତା, ସହଯୋଗ ଓ ଭାଇଚାରାର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରସାର କରାଯାଇଥିଲା। ଆସନ୍ତୁ, ଏକତାର ସୂତ୍ରରେ ବାନ୍ଧି ହୋଇ ଏକ ସୁଦୃଢ଼ ଓ ସମୃଦ୍ଧ ଭାରତ ଗଠନରେ ସହଭାଗୀ ହେବା। #EktaPadaYatra #Malkangiri
20
Collector & DM, Malkangiri retweeted
🇮🇳 ଜାତୀୟ ଏକତା ଦିବସ | National Unity Day 🗳️ ବିବିଧତା ଆମର ପରିଚୟ, ଗଣତନ୍ତ୍ର ଆମର ଗର୍ବ, ଏକତା ଆମର ଶକ୍ତି! ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ଆସନ୍ତୁ, ଜାତୀୟ ଏକତା ଓ ଅଖଣ୍ଡତାର ସୁରକ୍ଷା ସହ ଆମ ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବାର ସଂକଳ୍ପ ନେବା। ଆମର ପ୍ରତ୍ୟେକ ଭୋଟ୍ ଗଣତନ୍ତ୍ରକୁ ସଶକ୍ତ କରେ, ଆଉ ଆମର ଏକତା ଭାରତକୁ ମଜବୁତ କରେ। ଏକତାରୁ ଶକ୍ତି, ମତଦାନରୁ ସଶକ୍ତ ଗଣତନ୍ତ୍ର! 🗳️ #NationalUnityDay #RashtriyaEktaDiwas #UnityInDiversity #VoterAwareness #Democracy #CEOOdisha
3
6
487
ଜିଲ୍ଲାର ବୀର ଯବାନଙ୍କ ଅମର ବଳିଦାନକୁ ସମ୍ମାନ ଜଣାଇ ମାଲକାନଗିରି ଜନଜାତି ସଂଗ୍ରହାଳୟ ପରିସରରେ ‘ଶୌର୍ଯ୍ୟ କାଫେ’ର ଶୁଭ ଶିଳାନ୍ୟାସ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ, ଏସପି ଏବଂ ପିଏ ଆଇଟିଡିଏଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶହୀଦଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
1
10
652
ଏହି ଅବସରରେ ଜିଲ୍ଲାପାଳ କାଫେର ନକ୍ସା ଅନୁଧ୍ୟାନ କରିବା ସହ ଉଚ୍ଚ ଗୁଣାତ୍ମକ ମାନ ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । @IPR_Odisha
2
26
ମାଲକାନଗିରି ଜିଲ୍ଲାରେ ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ସ୍ଥିତି ଓ ପ୍ରଶାସନିକ କାର୍ଯ୍ୟ ନେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ପ୍ରଶାସନିକ ପୂର୍ବ ପ୍ରସ୍ତୁତି ଯୋଗୁଁ କୌଣସି ଧନଜୀବନ ହାନି ହୋଇ ନଥିବା ବେଳେ, ସ୍ଥାନୀୟ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି।
1
3
663
ମାଲକାନଗିରି ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଅଗ୍ନିଶମ ସେବା ବାହିନୀ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଜାରି ରହିଛି। ବିଭିନ୍ନ ସ୍ଥାନରେ ବାସଗୃହ ଓ ରାସ୍ତା ଉପରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ ଅଗ୍ନିଶମ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ହଟାଇ ସ୍ଥିତିକୁ ସୁରକ୍ଷିତ ଏବଂ ସ୍ୱାଭାବିକ କରୁଛନ୍ତି।
1
1
1
563
ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ଜରୁରୀକାଳୀନ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସମସ୍ତ ବିପର୍ଯ୍ୟୟ ପରିଚାଳନା ଦଳ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି।
34
ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାତ୍ୟା ଜନିତ ଫସଲ କ୍ଷୟକ୍ଷତିର ପ୍ରତ୍ୟକ୍ଷ ସମୀକ୍ଷା ଓ ଅନୁଧ୍ୟାନ କରାଯାଉଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ,ସହକାରୀ ଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ବିଭାଗୀୟ ଅଧିକାରୀମାନେ ପ୍ରଭାବିତ ଚାଷଜମି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।
1
5
881
କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ନିୟମାନୁଯାୟୀ ଯଥାଶୀଘ୍ର ସହାୟତା ପ୍ରଦାନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲା ପ୍ରଶାସନ ସର୍ବଦା ଚାଷୀ ଭାଇମାନଙ୍କ ସହ ରହିଛି ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
34
ମାଲକାନଗିରି ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ପକ୍ଷରୁ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର କ୍ଷୟକ୍ଷତି ସମ୍ପର୍କିତ ତଥ୍ୟର ନିରନ୍ତର ଅନୁଧ୍ୟାନ ଓ ସମୀକ୍ଷା କରାଯାଉଛି। ଜିଲ୍ଲାରେ ହୋଇଥିବା ସମସ୍ତ ଫସଲ ଏବଂ ବାସଗୃହ କ୍ଷୟକ୍ଷତିର ସଠିକ୍ ଆକଳନ ସହ ସବିଶେଷ ବିବରଣୀ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। @rdmodisha @SRC_Odisha
1
447
ବାତ୍ୟା 'ଅର୍ଣ୍ଣବ' (ARNAB) ସଙ୍କଟ ସମୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ସ୍ୱାସ୍ଥ୍ୟ ସେବା ଓ ମାନବିକ ସହାୟତା ପ୍ରଦାନ ଜାରି ରହିଛି। ଏହି ପଦକ୍ଷେପ ସ୍ଵରୂପ, କୋରୁକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ବଦିଲି,
1
1
1
395
ମାଟେରୁ, MPV-69 ଓ ମୋଟୁ ଆଶ୍ରୟସ୍ଥଳୀରେ ମେଡିକାଲ ଆର.ଆର.ଟି (RRT) ଏବଂ 'ଆରୋଗ୍ୟ ପ୍ଲସ' ଟିମ୍ ଦ୍ୱାରା ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ଅନ୍ତେବାସୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ତଥା ମାନସିକ ପରାମର୍ଶ ଯୋଗାଇ ଦିଆଯାଇଛି। ଆପଦା ସମୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
1
2
106
ବାତ୍ୟା ସ୍ଥିତିର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲ୍ଲୀ ପଞ୍ଚାୟତର ଉଦୟଗିରି ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ମାନ୍ୟବର ମନ୍ତ୍ରୀ ସ୍ଥାନୀୟ ଲୋକମାନଙ୍କୁ ସିଧାସଳଖ ଭେଟି
1
1
5
412
ସେମାନଙ୍କର ସୁବିଧା, ଅସୁବିଧା ଏବଂ ଜରୁରୀ ଆବଶ୍ୟକତା ବିଷୟରେ ବିସ୍ତୃତ ଭାବେ ପଚାରି ବୁଝିଛନ୍ତି। ଆପଦା ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଏବଂ ସମସ୍ତ ପ୍ରକାରର ସହାୟତା ତୁରନ୍ତ ଯୋଗାଇ ଦିଆଯାଉଛି।
42
ମାଲକାନଗିରି ଜିଲ୍ଲା ପ୍ରଭାରୀ ତଥା ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନୂଆଗୁଡ଼ା ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।
2
1
5
496
ଏହି ସମୟରେ ମାନ୍ୟବର ମନ୍ତ୍ରୀ ସେଠାରେ ଥିବା ପ୍ରତ୍ୟେକ ପରିବାରଙ୍କୁ ଭେଟି ସେମାନଙ୍କ ସୁଖ-ଦୁଃଖ ଓ ଆବଶ୍ୟକ ସେବା ସମ୍ପର୍କରେ ପଚାରି ବୁଝିଛନ୍ତି। ଲୋକଙ୍କ ସୁରକ୍ଷା ଓ ସୁବିଧାକୁ ନେଇ କୌଣସି ଅବହେଳା କରାଯିବ ନାହିଁ ଏବଂ ପ୍ରଶାସନ ୨୪ ଘଣ୍ଟା ସେମାନଙ୍କ ସେବା ପାଇଁ ପ୍ରସ୍ତୁତ ରହିଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
38
ଜିଲ୍ଲା ପ୍ରଭାରୀ ତଥା ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମାଲକାନଗିରି ଜିଲ୍ଲାର ମୁଣ୍ଡାଗୁଡ଼ା ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି।
1
1
8
614
ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଲୋକମାନଙ୍କ ସହ ସେମାନଙ୍କର ସ୍ୱାସ୍ଥ୍ୟ, ଅସୁବିଧା ଓ ଜରୁରୀ ଆବଶ୍ୟକତା ବିଷୟରେ ମାନ୍ୟବର ମନ୍ତ୍ରୀ ପ୍ରତ୍ୟକ୍ଷ ଆଲୋଚନା କରି ବୁଝିଛନ୍ତି।
1
35
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଜାନିଗୁଡା ବିଦ୍ୟାଳୟ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ବିପନ୍ନ ପରିବାରମାନଙ୍କ ମନରେ ଉତ୍ସାହ ଓ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ପାଇଁ ଓଡ଼ିଆ ଚଳଚ୍ଚିତ୍ର 'ଦମନ' (DAMaN) ପ୍ରଦର୍ଶନ କରାଯାଇଛି। ସଙ୍କଟ ସମୟରେ ମଧ୍ୟ ପ୍ରଶାସନର ଏହି ପ୍ରୟାସ ଜନସାଧାରଣଙ୍କ ମନରେ ମନୋରଞ୍ଜନ ସହ ଏକ ନୂଆ ଭରସା ଆଣିଦେଇଛି।
3
377