This is the Official Twitter Account of Puri District Administration (Odisha) #DistrictAdministrationPuri

Joined June 2017
Collector and District Magistrate Puri retweeted
VIDEO | Bhubaneswar: Odisha CM Mohan Charan Majhi extends greetings to the people on the occasion of Durga Puja. (Source: CMO) (Full video available on PTI Videos - ptivideos.com)
5
7
18
8,285
Collector and District Magistrate Puri retweeted
2
8
1
144
3,591
Collector and District Magistrate Puri retweeted
3
8
1
143
4,311
Collector and District Magistrate Puri retweeted
Mohan Charan Majhi
@MohanMOdishaOct 18
ଆଜି କଟକ ଇନଡୋର ଷ୍ଟାଡିଅମଠାରେ ଆୟୋଜିତ ଭବ୍ୟ ସମାରୋହରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ପ୍ରତିନିଧିମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ପୂର୍ବବର୍ତ୍ତୀ ସରକାର ୨୦୧୭ ମସିହାରୁ ଦୀର୍ଘ ପ୍ରାୟ ଏକ ଦଶନ୍ଧି ଧରି ନିର୍ବାଚନ ବନ୍ଦ ରଖି କ୍ୟାମ୍ପସରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ଥଗିତ କରିଦେଇଥିଲେ। ବିଡ଼ମ୍ବନାର ବିଷୟ, ଛାତ୍ର ଆନ୍ଦୋଳନରୁ ରାଜନୀତି ଆରମ୍ଭ କରିଥିବା ତତ୍କାଳୀନ ଶାସକ ଦଳର ଶୀର୍ଷ ନେତୃବୃନ୍ଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ନିଜ ମୁଖିଆଙ୍କ ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ ନ କରି ନୀରବ ରହିଥିଲେ, କାରଣ ଛାତ୍ର ସମାଜ ଉପରେ ସେମାନଙ୍କର ଆସ୍ଥା ନଥିଲା। ଆମେ ନିର୍ବାଚନ କରାଇବା ପାଇଁ ସଂକଳ୍ପ ନେବା ବେଳେ 'ଦେଶର ମାହୋଲ ଅନୁକୂଳ ନାହିଁ' କିମ୍ବା 'ଜେନ୍-ଜି (Gen Z) ଅସନ୍ତୁଷ୍ଟ' ଭଳି ଭ୍ରାନ୍ତ ତଥ୍ୟ ଦେଇ ନିର୍ବାଚନ ଟାଳିବାକୁ ଚାପ ପକାଯାଇଥିଲା। କିନ୍ତୁ ଆମେ ପ୍ରତିଶ୍ରୁତି ରକ୍ଷା କଲୁ ଏବଂ ସମଗ୍ର ରାଜ୍ୟରେ ଏହି ନିର୍ବାଚନକୁ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପାଦିତ କରି ଆମର ଛାତ୍ର ସମାଜ ପ୍ରମାଣ କରିଦେଲେ ଯେ କ୍ୟାମ୍ପସ ହିଂସା କେବଳ ପୂର୍ବ ଶାସନର କଳଙ୍କିତ ଇତିହାସ ଥିଲା। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସାରି ଆମ ଯୁବଶକ୍ତି ପୂର୍ବ ସରକାରଙ୍କୁ ମୁହଁତୋଡ଼ ଜବାବ ଦେଇଛି। ସର୍ବୋପରି ଦିଲ୍ଲୀ ବିଶ୍ଵବିଦ୍ୟାଳୟ ପରି ଓଡ଼ିଶାରେ ମଧ୍ୟ ABVPର ଐତିହାସିକ ବିଜୟ ପ୍ରମାଣ କରିଛି ଯେ ଯୁବଶକ୍ତି ମୋଦୀଜୀଙ୍କ ବିକାଶ ନୀତି ସହିତ ଅଛନ୍ତି। ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ମୁଁ ସ୍ମରଣ କରାଇଦେବାକୁ ଚାହେଁ ଯେ, ଏହି ବିଜୟ କୌଣସି ଅହଙ୍କାରର ବିଷୟ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟର ପ୍ରାରମ୍ଭ। ଜଣେ ନେତା ହେବାର ଅର୍ଥ କେବଳ ରାଜନୀତିରେ ସୀମିତ ରହିବା ନୁହେଁ; ସାଧାରଣ ଛାତ୍ରଛାତ୍ରୀଙ୍କ ଶିକ୍ଷା, ହଷ୍ଟେଲ ଓ କ୍ରୀଡ଼ା ଭଳି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବା ସହ ସରକାରୀ ଜନକଲ୍ୟାଣ ଯୋଜନାର ଲାଭ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସେତୁ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ସର୍ବୋପରି, କଲେଜ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି କ୍ୟାମ୍ପସଗୁଡ଼ିକୁ ହିଂସାମୁକ୍ତ ଓ ନିଶାମୁକ୍ତ ରଖିବା ଅତ୍ୟନ୍ତ ଆବଶ୍ୟକ। ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଅପଶକ୍ତିମାନଙ୍କର ଭିତ୍ତିହୀନ ଅପପ୍ରଚାରକୁ ସକରାତ୍ମକ ବାର୍ତ୍ତା ମାଧ୍ୟମରେ ପ୍ରତିହତ କରି 'ଜ୍ଞାନ, ଶୀଳ, ଏକତା' ଆଦର୍ଶରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ମୁଁ ସମସ୍ତ ଯୁବ ପ୍ରତିନିଧିଙ୍କୁ ଆହ୍ୱାନ କରୁଛି।
37
20
4
116
219,868
Collector and District Magistrate Puri retweeted
ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଡବଲ୍ ବିଜୟରେ ଗର୍ବିତ ଓଡ଼ିଶା।
6
11
50
11,898
Collector and District Magistrate Puri retweeted
Odisha CM Mohan Charan Majhi tweets, "...The previous government kept student union elections suspended to serve its political interests, depriving students of their democratic voice. Our government fulfilled its promise to the student community by successfully conducting the elections and restoring the spirit of democracy on campuses. Heartfelt congratulations to all the newly elected student representatives across colleges and universities in Odisha. I am confident that they will uphold the trust of their fellow students, discharge their responsibilities with sincerity and integrity, strengthen democratic values on campuses and contribute meaningfully towards building a Viksit Odisha. I wish them a bright future and a successful tenure."
20
19
2
145
18,745
Collector and District Magistrate Puri retweeted
Mohan Charan Majhi
@MohanMOdishaOct 15
ଆମ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ତଥା ସେମାନଙ୍କ ଗୌରବ ଓ ସ୍ୱାଭିମାନ ରକ୍ଷା ପାଇଁ ସର୍ବଦା ଦୃଢ଼ ପ୍ରତିବଦ୍ଧ। ଏସିଆନ୍ ଗେମ୍ସରେ ଅତୁଳନୀୟ ପ୍ରଦର୍ଶନ ବଳରେ ସ୍ୱର୍ଣ୍ଣ ପଦକ ହାସଲ କରି ସାରା ବିଶ୍ୱରେ ଦେଶର ଗୌରବ ବୃଦ୍ଧି କରିଥିବା ଆମ ଜାତୀୟ ପୁରୁଷ ଏବଂ ମହିଳା ହକି ଦଳର ପ୍ରତିଭାବାନ ଖେଳାଳିମାନେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ଆମର ଏହି ସ୍ୱର୍ଣ୍ଣ ବିଜୟୀ ଖେଳାଳିମାନଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇବି। ସେମାନଙ୍କର ଏହି ଐତିହାସିକ ସଫଳତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅନନ୍ୟ ପ୍ରେରଣା, ଏବଂ ଏହି ଅବସରରେ ସେମାନଙ୍କୁ ଆଦରର ସହ ସମ୍ମାନିତ କରିବା ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। Our Government is committed to strengthening sports and ensuring that every sportsperson receives the dignity, recognition and honour they rightfully deserve. Tomorrow, India’s gold-winning men’s and women’s hockey teams will arrive in Odisha following their outstanding triumph at the Asian Games. I look forward to welcoming and felicitating our champions. It will be a proud privilege for Odisha to honour these sporting icons and celebrate their remarkable achievement on the international stage.
1
16
1
44
4,212
Collector and District Magistrate Puri retweeted
📢 କେହି ଯୋଗ୍ୟ ଭୋଟର ପଡ଼ିବେନି ବାଦ୍! 🗳️ ଓଡ଼ିଶାର ସମସ୍ତ ୧୪୭ଟି ବିଧାନସଭା କ୍ଷେତ୍ରରେ କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି, ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା (CEO Odisha) ଓ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। 🗳️ ଆପଣଙ୍କ ନାମ ଭୋଟର ତାଲିକାରେ ଅଛି ତ? ନାମ ନଥିଲେ, ଆଉ ଡେରି କାହିଁକି? Form 6 ଦାଖଲ କରି ଆଜି ହିଁ ପଞ୍ଜୀକରଣ କରନ୍ତୁ! 📄 Form 6 – ନୂତନ ଭୋଟର ପଞ୍ଜୀକରଣ 📄 Form 7 – ନାମ ଅନ୍ତର୍ଭୁକ୍ତି ଉପରେ ଆପତ୍ତି / ନାମ ବାଦ୍ ପାଇଁ ଆବେଦନ 📄 Form 8 – ବାସସ୍ଥାନ ପରିବର୍ତ୍ତନ, ବିବରଣୀ ସଂଶୋଧନ, EPIC ବଦଳ ଓ ଦିବ୍ୟାଙ୍ଗ ଭୋଟର ଭାବେ ଚିହ୍ନଟ ପାଇଁ 📞 ସହାୟତା ପାଇଁ ୧୯୫୦ ହେଲ୍ପଲାଇନ୍ କିମ୍ବା ନିଜ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ। 🎯 ଆମ ସଂକଳ୍ପ: କୌଣସି ଯୋଗ୍ୟ ଭୋଟର ପଡ଼ିବେନି ବାଦ୍! 📢 Special Drive to Include Eligible Voters in the Electoral Roll #CEO_Odisha #ECI #VoterRegistration #Form6 #NoVoterLeftBehind #SpecialCamp
4
23
1
48
5,770
Collector and District Magistrate Puri retweeted
🗳️ ଭୋଟର ହେବାର ପ୍ରଥମ ପାଦ, Form-6 ଆପଣଙ୍କ ସାଥୀ! 🙋‍♀️🙋‍♂️ ଆପଣ ଜଣେ ଯୋଗ୍ୟ ନାଗରିକ, କିନ୍ତୁ ଏପର୍ଯ୍ୟନ୍ତ ଭୋଟର ଭାବେ ପଞ୍ଜୀକୃତ ହୋଇନାହାନ୍ତି କି? ତେବେ ଆଉ ଡେରି କାହିଁକି? ଆଜି ହିଁ Form-6 ମାଧ୍ୟମରେ ଆବେଦନ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ସାମିଲ କରନ୍ତୁ! 🌐 ଅନଲାଇନ୍ ଆବେଦନ: voters.eci.gov.in 📲 QR କୋଡ୍ ସ୍କାନ୍ କରନ୍ତୁ ଏବଂ ଆବେଦନ କରନ୍ତୁ। 📞 ଅଧିକ ସୂଚନା ପାଇଁ କଲ୍ କରନ୍ତୁ: ୧୯୫୦ ✨ ସଚେତନ ହୁଅନ୍ତୁ, ପଞ୍ଜୀକରଣ କରନ୍ତୁ, ଗଣତନ୍ତ୍ରକୁ ସଶକ୍ତ କରନ୍ତୁ! 🗳️ ମନେରଖନ୍ତୁ, ଭୋଟ ଦେବା ପାଇଁ ଭୋଟର ତାଲିକାରେ ଆପଣଙ୍କ ନାମ ଥିବା ଆବଶ୍ୟକ। #VoterRegistration #Form6 #SIR2026 #CEOOdisha #ECI #MyVoteMyRight #EveryVoteMatters
3
6
11
977
Collector and District Magistrate Puri retweeted
ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। #puri
5
3
34
7,949
Collector and District Magistrate Puri retweeted
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ପୁରୀକୁ ଓଡ଼ିଶାର ଅସ୍ମିତା ଓ ଆସ୍ଥାର କେନ୍ଦ୍ର ଭାବେ ଗୁରୁତ୍ୱ ଦେଇ ସ୍ଥାନୀୟ ସେବାୟତ ଓ ନାଗରିକଙ୍କ ଆବଶ୍ୟକତାକୁ ପ୍ରାଥମିକତା ପ୍ରଦାନ ପୂର୍ବକ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର, ରଘୁନନ୍ଦନ ପାଠାଗାର, ଶ୍ରୀ ଗୁଣ୍ଡିଚା ମନ୍ଦିର ନୂତନ ରୋଷଶାଳା, ଅଠରନଳା ହେରିଟେଜ୍ ବ୍ରିଜ୍,ସାତଲହଡ଼ି ମଠ ଓ କାକଟପୁର ମାଆ ମଙ୍ଗଳା ମନ୍ଦିରର ସୌନ୍ଦର୍ଯ୍ୟକରଣ, ସତ୍ୟବାଦୀ ବନବିଦ୍ୟାଳୟ ଓ ବକୁଳବନ ପୁନରୁଦ୍ଧାର, ବେଳାଭୂମି ସୌନ୍ଦର୍ଯ୍ୟକରଣ ଏବଂ ପ୍ରମୁଖ ସଂଯୋଗୀକରଣ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ଏଥିସହିତ ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ଶ୍ରୀ ସେତୁ ନିକଟରେ ଥଇଥାନ କରିବା ଏବଂ କ୍ଷେତ୍ରସ୍ତରୀୟ ତଦାରଖ ମାଧ୍ୟମରେ ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି।
12
6
1
25
4,478
Collector and District Magistrate Puri retweeted
ଲୋକସେବା ଭବନଠାରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସହର ଭାବେ ଗଢ଼ିତୋଳିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ଏବଂ ସେବାୟତମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଥିବା ଏହି ବୈଠକରୁ ପ୍ରକାଶ ପାଇଛି। ଏହି ସମୀକ୍ଷା ବୈଠକରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟ, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଏବଂ ଶ୍ରୀ ଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ନୂତନ ପ୍ରମୋଦ ଉଦ୍ୟାନ ନିର୍ମାଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ସର୍ବାଙ୍ଗୀନ ବିକାଶ ସହ ମହାପ୍ରସାଦ ରନ୍ଧନ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ରୋଷଶାଳା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ଶ୍ରୀ ସେତୁ ନିକଟରେ ଜରୁରୀକାଳୀନ ଭିତ୍ତିରେ ତୁରନ୍ତ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିର, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାତଲହଡ଼ି ମଠ ସମେତ ପୁରୀର ବିଭିନ୍ନ ପ୍ରସିଦ୍ଧ ମଠ ଏବଂ କାକଟପୁରର ମାଆ ମଙ୍ଗଳା ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ସତ୍ୟବାଦୀ ବନବିଦ୍ୟାଳୟକୁ ପୁରାତନ ଗୁରୁକୁଳ ଶିକ୍ଷା ପଦ୍ଧତି ଆଧାରରେ ପୁନରୁଦ୍ଧାର କରାଯିବା ସହ ବକୁଳବନର ପୁନରୁଦ୍ଧାର କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଐତିହାସିକ ଅଠରନଳା ନିକଟରେ ଏକ ଆଇକନିକ୍ ହେରିଟେଜ୍ ବ୍ରିଜ୍‌ର ପୁନଃନିର୍ମାଣ, ଅନ୍ନପୂର୍ଣ୍ଣା ଥିଏଟରର ପୁନଃବିକାଶ, ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ 'ସାଗର ବିଜେ' ନୀତିର ସୁପରିଚାଳନା ଏବଂ ସ୍ୱର୍ଗଦ୍ୱାରର ସାମଗ୍ରିକ ଉନ୍ନତିକରଣ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଯୋଗାଯୋଗ ଓ ଭିତ୍ତିଭୂମି କ୍ଷେତ୍ରରେ ପୁରୀରୁ ବ୍ରହ୍ମଗିରି, ପୁରୀରୁ କୋଣାର୍କ ଏବଂ ପୁରୀ-ଭୁବନେଶ୍ୱର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା। ଏହାବ୍ୟତୀତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, ବ୍ଲୁ ଫ୍ଲାଗ୍ ବିଚ୍, ଅସ୍ତରଙ୍ଗ ବନ୍ଦର ଏବଂ କୋଣାର୍କ ମନ୍ଦିର ସଂଲଗ୍ନ ପ୍ରକଳ୍ପଗୁଡ଼ିକର ବିସ୍ତୃତ ସମୀକ୍ଷା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଜନସାଧାରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକୁ କୌଣସି ଅବହେଳା ନକରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ହେବ। ପୁରୀ ସହରର ଗୌରବ ଓ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଜୀବିକାର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ବିଶେଷ ସଂବେଦନଶୀଳତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପୁରୀ କେବଳ ଏକ ଜିଲ୍ଲା ନୁହେଁ, ଏହା ସମଗ୍ର ଓଡ଼ିଶାର ଅସ୍ମିତା ଓ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର କେନ୍ଦ୍ର। ତେଣୁ ଶ୍ରୀକ୍ଷେତ୍ରର ସମସ୍ତ ବିକାଶମୂଳକ ପ୍ରକଳ୍ପକୁ ବାସ୍ତବରେ ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହିତ ସ୍ଥାନୀୟ ସେବାୟତ, ବ୍ୟବସାୟୀ ଏବଂ ଆବାସିକ ନାଗରିକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେବ, ସେଥିପ୍ରତି ପ୍ରଶାସନ ସଜାଗ ରହିବା ଜରୁରୀ। ପ୍ରତ୍ୟେକଟି ଯୋଜନାର ଶେଷ ଫଳପ୍ରଦତା ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। #puri
6
3
55
17,826
Collector and District Magistrate Puri retweeted
🗳️ ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର! ଭୋଟର ତାଲିକାରେ ନାମ ନାହିଁ କି? ଆପଣ ଜଣେ ନୂତନ ଭୋଟର କି? 🎯 ଆଉ ଅପେକ୍ଷା କାହିଁକି? 📝 ଆଜି ହିଁ Form-6 ଦାଖଲ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ ପାଇଁ ଆବେଦନ କରନ୍ତୁ। ✅ ନିଜ ନାମ ଭୋଟର ତାଲିକାରେ ସାମିଲ କରନ୍ତୁ। ଆପଣଙ୍କ ଗୋଟିଏ ପଦକ୍ଷେପ, ଗଣତନ୍ତ୍ରକୁ ଆହୁରି ମଜବୁତ କରିବ! 🇮🇳 #Form6 #VoterRegistration #CEOOdisha #ECI #MyVoteMyRight #EveryVoteMatters
3
10
29
4,535
Collector and District Magistrate Puri retweeted
🗳️ କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି! ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ଓଡ଼ିଶାର ୩୧ଟି ଜିଲ୍ଲାରେ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିବା ଉଦ୍ଦେଶ୍ୟରେ ସକ୍ରିୟ ପଦକ୍ଷେପ ନିଆଯାଉଛି। 📍 ରାଜ୍ୟର ୪୫,୨୫୦ଟି ବୁଥ୍‌ରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଉଛି। 📢 ଆପଣଙ୍କର କୌଣସି ଅଭିଯୋଗ କିମ୍ବା ସମସ୍ୟା ଥିଲେ, ୪୫,୨୫୦ ଜଣ BLO, ୭୧୯ ଜଣ AERO, ୧୪୭ ଜଣ ERO କିମ୍ବା ୩୧ ଜଣ DEOଙ୍କୁ ଜଣାନ୍ତୁ। ଆମର ସଂକଳ୍ପ — କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି। 🇮🇳 #ECISVEEP #ECI #SpecialCamps #ElectoralRoll #VoterAwareness #CEOOdisha #EveryEligibleVoter #EveryVoteMatters
3
14
1
38
4,347
Travel from Puri to Kota via Ujjain with OSRTC & enjoy a comfortable journey at affordable fares. Book your tickets and travel with OSRTC. #PuriToKota #ConnectingOdisha #OSRTCForAll
4
3
16
1,220
Collector and District Magistrate Puri retweeted
#SpecialDrive ✨ Odisha 📍 Across Odisha, Special Camps are helping voters access SIR-related registration and electoral roll services with ease. Every eligible voter to be enrolled. #ECI #SIR #Odisha
1
5
1
19
5,628
Collector and District Magistrate Puri retweeted
#SpecialDrive ✨ Odisha 📍 Special Camps across Odisha are providing on-ground assistance to voters for voter registration and electoral roll services. Every eligible voter to be enrolled. #ECI #SIR #Odisha
4
1
10
4,891
Collector and District Magistrate Puri retweeted
#SpecialDrive ✨ Odisha 📍 Special Camps are being organised across Odisha to assist voters with SIR-related registration and electoral roll services. 🗳️ #ECI #SIR #Odisha
10
10
2
50
8,263
Collector and District Magistrate Puri retweeted
🗳️ ଭୋଟର ତାଲିକାରେ ଆପଣଙ୍କ ନାମ ଅଛି ତ? ପ୍ରଥମେ ନିଜ ନାମ ଯାଞ୍ଚ କରନ୍ତୁ। ନାମ ନାହିଁ କିମ୍ବା ଆପଣ ଜଣେ ନୂଆ ଭୋଟର? 👉 Form–6 ଦାଖଲ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରନ୍ତୁ। 🌐 voters.eci.gov.in ନାମ ଯାଞ୍ଚ କରନ୍ତୁ, ପଞ୍ଜୀକରଣ କରନ୍ତୁ, ନିଜ ମତାଧିକାର ସୁନିଶ୍ଚିତ କରନ୍ତୁ! 🗳️ #Form6 #NewVoter #ElectoralRoll #VoterRegistration #CEOOdisha #ECI #EveryVoteMatters
7
12
2,497
Collector and District Magistrate Puri retweeted
🗳️ Special Drive for Left-out & Young Voters Training of BLOs was conducted at the Block Conference Hall, Jaleswar, under 35-Jaleswar AC. BLOs were instructed to undertake systematic house-to-house visits to identify left-out eligible citizens and young voters, particularly those attaining 18 years of age, and facilitate their enrolment in the electoral roll. The Special Drive aims to ensure that every eligible citizen gets an opportunity to be enrolled and participate in the electoral process. #SpecialDrive #YoungVoters #LeftOutVoters #BLOs #Jaleswar #CEOOdisha
2
5
990