BCJD (@odishabcjd) header
BCJD (@odishabcjd) profile picture

Largest student wing of Odisha

Bhubaneshwar, India
Joined May 2017
Photo by BCJD (@odishabcjd)Photo by BCJD (@odishabcjd)Photo by BCJD (@odishabcjd)Photo by BCJD (@odishabcjd)Photo by BCJD (@odishabcjd)Photo by BCJD (@odishabcjd)Photo by BCJD (@odishabcjd)Photo by BCJD (@odishabcjd)Photo by BCJD (@odishabcjd)Photo by BCJD (@odishabcjd)
ବାତ୍ୟା ପୂର୍ବରୁ ସରକାରଙ୍କ କାହିଁ କେତେ ବୈଠକ l କାହାକୁ କେତେ ଦାୟିତ୍ୱ l ଜ଼ୀରୋ କେଜ୍ୟୁଲଟିର ବାହାସ୍ପୋଟ ଆଉ ଶେଷରେ ନିରୀହ ଗରିବ ଆଦିବାସୀଙ୍କ ମୃତଦେହ ତା ପୁଣି ୬ ଦିନ ପରେ ଖୋଜି ବାହାବା ନେବା ବି ଏକ ବିରାଟ ସଫଳତା ନୁହେଁ କି? ଏଥିପାଇଁ ଜାତିସଙ୍ଘ ପୁରସ୍କାର ବି ମିଳିବା କଥା l
ଗିଡ଼ିପାବାଲି ଅଞ୍ଚଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ଷଷ୍ଠ ଦିନରେ ଏକ ବଡ଼ ସଫଳତା ମିଳିଛି। ଘଟଣାସ୍ଥଳରେ ପଥର ତଳେ ଚାପି ହୋଇ ରହିଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହକୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି। ପୂର୍ବରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଜିର ୫ଟି ଶବ ମିଳିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ତାଲିକାଭୁକ୍ତ ୧୩ ଜଣଙ୍କ ମଧ୍ୟରୁ ଆଉ ୬ ଜଣ ଏବେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି। ମୃତକଙ୍କ ପରିଚୟ: ପରିବାର ଲୋକଙ୍କ ଉପସ୍ଥିତିରେ ଉଦ୍ଧାର ମୃତଦେହଗୁଡ଼ିକର ଚିହ୍ନଟ କରାଯାଇଛି। ମୃତକମାନେ ହେଲେ: * ଭୂମିକା ପ୍ରଧାନ (ପ୍ରାୟ ୨୭ ବର୍ଷ) * ବିଜୟ ପ୍ରଧାନ (ପ୍ରାୟ ୨୫ ବର୍ଷ) * ବାଗ୍ରୀ ପ୍ରଧାନ (ପ୍ରାୟ ୧ ବର୍ଷ) * ଅରୁଣା ପ୍ରଧାନ (ପ୍ରାୟ ୭ ବର୍ଷ) * ବିଜୟଲକ୍ଷ୍ମୀ ପ୍ରଧାନ (ପ୍ରାୟ ୬ ବର୍ଷ) ଘଟଣାସ୍ଥଳରେ ଶେଷକୃତ୍ୟ ସମ୍ପନ୍ନ: ପରିବାରବର୍ଗଙ୍କ ଇଚ୍ଛା ଅନୁସାରେ ଓ ସେମାନଙ୍କ ଆବେଗକୁ ସମ୍ମାନ ଜଣାଇ ପ୍ରଶାସନର ସହଯୋଗରେ ଘଟଣାସ୍ଥଳରେ ହିଁ ସମସ୍ତ ୫ ଜଣଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଛି। ଏହି ଦୁଃଖଦ ସମୟରେ ପ୍ରଶାସନ ପରିବାର ସହିତ ସମ୍ପୂର୍ଣ୍ଣ ରୂପେ ଛିଡ଼ା ହୋଇଛି ଏବଂ ନିୟମ ଅନୁଯାୟୀ ସେମାନଙ୍କ ଥଇଥାନ ପାଇଁ ଗଞ୍ଜାମ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଅଧିକାରୀ ଜଣାଇଛନ୍ତି। କିଛି ପରିବାର ରାୟଗଡ଼ା ନିକଟରେ ଓ କିଛି କନ୍ଧମାଳରେ ରହିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସେହି ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଜାରି ରହିବ ଉଦ୍ଧାର କାର୍ଯ୍ୟ: ପାଗରେ ଉନ୍ନତି ଆସିବା ଯୋଗୁଁ ମାଟି ଧସିବା କମିଛି ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଓଡ୍ରାଫ୍, ଅଗ୍ନିଶମ ବାହିନୀ, DVI ଏବଂ SCU ଟିମ୍ ନିୟୋଜିତ ଅଛନ୍ତି। କ୍ଷେତ୍ରରେ ପ୍ରାୟ ୧୦୦ ରୁ ଅଧିକ କର୍ମଚାରୀ ଓ ମୋଟାମୋଟି ଭାବେ ୨୦୦ ରୁ ୨୫୦ ଜଣିଆ ଟିମ୍ ଏହି ମିଶନରେ ସାମିଲ ରହିଛନ୍ତି। ରେଳବାଇର ବ୍ଲାଷ୍ଟିଂ ଓ ମାଇନିଂ ଟିମ୍ ବିଶାଳ ପଥରଗୁଡ଼ିକୁ ବ୍ଲାଷ୍ଟ କରି ହଟାଇବାରେ ସାହାଯ୍ୟ କରିବା ପରେ ଫେରିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପୁନର୍ବାର ଡକାଯିବ। ନିଖୋଜ ଥିବା ବାକି ୬ ଜଣଙ୍କୁ ଖୋଜିବା ପାଇଁ ଆଗାମୀ ଦିନରେ ମଧ୍ୟ ରେସ୍କ୍ୟୁ ଅପରେସନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
1
3
216
ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା @Naveen_Odisha ବାବୁ ♥️ #happybirthday #naveenbabu
4
3
39
745
ଉପକୂଳ ଜିଲ୍ଲାମାନଙ୍କରେ (ବିଶେଷକରି ଗଞ୍ଜାମ ଓ ଖୋର୍ଦ୍ଧା) ବାତ୍ୟା ନଥିଲେ ବି ଅଳ୍ପ ପବନ ସହ ବର୍ଷା ଲଗାଣ ଭାବେ ଚାଲିଛି l ଏହି ଦୁଇ ଜିଲ୍ଲାର ଅନେକ ସ୍କୁଲ ଛାତ ସବୁ ବର୍ଷା ପାଣିରେ ବତୁରିଯାଇଥିବାରୁ ପିଲାଙ୍କ ପାଇଁ ଆଉ ଏକ ବିପଦ ଦେଖାଦେଇଛି l @CMO_Odisha @NityanandaBJP @SMEOdisha @Ganjam_Admin @DMKhordha
1
5
718
ହେଲେ ପ୍ରଶାସନ ଆଜି 26/9/2026 ଶନିବାର ସ୍କୁଲ ଖୋଲବନାହିଁ ବୋଲି ସେଭଳି କୌଣସି ନୋଟିସ କରିନାହିଁ l
1
510
ବର୍ଷା ପାଇଁ ସ୍ମାର୍ଟ ସିଟି ରାଉରକେଲାର ସହରାଞ୍ଚଳରେ ଦେଖାଦେଇଥିବା ଜଳବନ୍ଦୀ ସ୍ଥିତି ଗମ୍ଭୀର ଚିନ୍ତାର ବିଷୟ। ସହରବାସୀଙ୍କ ଧନଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିଥିବା ବେଳେ, ସରକାରଙ୍କ ଅପାରଗତା ଲୋକଙ୍କୁ ଅଧିକ ଭୟଭୀତ କରୁଛି। ସହରୀ ବନ୍ୟାରେ ଲୋକେ ଦୀର୍ଘ ଦିନ ଧରି ଜଳବନ୍ଦୀ ଜୀବନ ବଞ୍ଚୁଛନ୍ତି। ସରକାରୀ ସୁବିଧା ସେମାନଙ୍କ ନିକଟରେ ପହଞ୍ଚୁ ନଥିବାର ମଧ୍ୟ ଅଭିଯୋଗ ଆସୁଛି। ଏପରି ଅସମୟରେ ଲୋକଙ୍କ ସାଥିରେ ସରକାର ଦୃଢ଼ ଭାବେ ଠିଆ ହେବା ବଦଳରେ ଲୋକଙ୍କ ହାତ ଛାଡ଼ିଦେଇଥିବା ପରି ମନେ ହେଉଛି। ଲୋକଙ୍କ କଥା ନ ଶୁଣି, ଲୋକଙ୍କ ସମସ୍ୟା ସମାଧାନ ନ କରି ସରକାର ଖାଲି ଦିବା ସ୍ୱପ୍ନ ଦେଖାଉଛନ୍ତି। ହକି ବିଶ୍ୱକପ ଆୟୋଜନ କରି ଯେଉଁ ରାଉରକେଲା ସ୍ମାର୍ଟ ସିଟି ଗୌରବ ଆଣିଥିଲା, ଏବେ ସେହି ସହର ଜଳବନ୍ଦୀ ହୋଇ ଅପବାଦ ମୁଣ୍ଡାଉଛି। ପୂର୍ବରୁ ଏପରି ସ୍ଥିତି କେବେ ଦେଖା ଦେଇନଥିବା ବେଳେ ଏବେ ସ୍ମାର୍ଟ ସିଟିର ଡ୍ରେନେଜ୍ ଓ ସ୍ବେରେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦିନେ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରି ଓଡ଼ିଶା ସୁନାମ ସାଉଁଟୁଥିଲା, ହେଲେ ଏ ସରକାର ସହରାଞ୍ଚଳରେ ବର୍ଷା ଜଳ ପରିଚାଳନାରେ ମଧ୍ୟ ବିଫଳ ହେଉଛନ୍ତି। ପ୍ରତିଟି ଜୀବନ ମୂଲ୍ୟବାନ, ସରକାର ତୁରନ୍ତ ପ୍ରାଥମିକତା ଭିତ୍ତିରେ ଜଳବନ୍ଦୀରେ ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଅନ୍ତୁ। #BJDWithOdisha
75
135
581
36,823
I am deeply anguished to know that the legendary colour of the Indian hockey team’s jersey has been changed to saffron. The iconic shade of blue of the Indian hockey team is not just a colour. It is an emotion associated with the nation’s sporting heritage. For decades, this colour united us in hope, in victory, in defeat and in the pursuit of sporting excellence. We have cried, laughed, celebrated and stood proudly with our men and women in blue. Wearing the blue jersey our teams have won Olympic medals with the national anthem playing on the world stage. #Blue is derived from the blue chakra in our national flag. It is a symbol of our national pride and identity. The colour blue belongs to every Indian. When the national hockey teams were struggling for sponsors, #Odisha created history by being the first and only state to support our national teams and our beloved game. Every Odia across the globe was proud of the state’s gift to national hockey. After 41 long years, our men’s team won an Olympic medal. Just because the government changed in Odisha, it should not change our national team colours. This is petty politics of the worst kind. Our blue jersey is to us what the iconic stripes are to Argentina and the yellow jersey is to Brazil. It is etched in our collective memory. Any change in this colour, is a crass attempt to erase our priceless sporting legacy. National symbols are meant to unite us not divide. I am given to understand that this step was taken under pressure from the BJP Government in Odisha. Those in authority may deny it, but the fact is that for the last two years, everybody in Odisha has seen the obsession of this government with changing colours of buildings, buses and even bridges. It is the only work that is happening in Odisha today. But now the same government has changed the colours of our national team. I strongly condemn this attempt by BJP Odisha to politicise a national game like hockey. It has deeply hurt the sentiments of lakhs of sports lovers across the country and the pride with which Odisha has supported the national hockey. #Hockey #MenInBlue #WomenInBlue
350
1,687
112
6,665
446,564
ଓଡ଼ିଶାରେ ବନ୍ୟାର ବିଭୀଷିକା, ହେଲେ ଓଡ଼ିଶା ବିଜେପିର ନେତାମାନେ ଦିଲ୍ଲୀରେ ଭୋଜି କରୁଛନ୍ତି? ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ବନ୍ୟାର ସ୍ଥିତି ଦେଖାଦେଇଥିବା ବେଳେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତା ତଥା ସାଂସଦମାନେ ଏବେ ଦିଲ୍ଲୀରେ। ଏପରି ଅସମୟରେ ନିଜ ଲୋକଙ୍କ ସୁରକ୍ଷାଠାରୁ ଅଧିକ ଗମ୍ଭୀର ବିଷୟ କ'ଣ ହୋଇପାରେ? ବନ୍ୟା ପାଇଁ ମୟୂରଭଞ୍ଜ, ବାଲେଶ୍ୱରରୁ ନେଇ ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଆଦି ବିଭିନ୍ନ ଜିଲ୍ଲାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟାରେ ଏକାଧିକ ନିରୀହ ଜୀବନ ଯିବାର ଖବର ଆସିବା ମୋ ସହିତ ସମଗ୍ର ଓଡ଼ିଶାବାସୀଙ୍କୁ ମଧ୍ୟ ବ୍ୟଥିତ କରିଛି। ଏପରି ଅସମୟରେ ଲୋକଙ୍କ ସାଥିରେ ଦୃଢ଼ ଭାବେ ଛିଡ଼ା ହେବା ବଦଳରେ ସରକାରୀ ଅବହେଳାର ମାଳ ମାଳ ଅଭିଯୋଗ ଆସୁଛି। ସବୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ 'ପ୍ରତିଟି ଜୀବନ ମୂଲ୍ୟବାନ' ହେଉଛି ଓଡ଼ିଶାର ମନ୍ତ୍ର। ଏହି ମନ୍ତ୍ରରେ ସବୁ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରି ଓଡ଼ିଶା ସାରା ବିଶ୍ୱରେ ସୁନାମ ଅର୍ଜନ କରିଥିଲା। ହେଲେ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ନ କରି ଲୋକେ ନିର୍ବାଚିତ କରିଥିବା ପ୍ରତିନିଧିମାନେ ଲୋକଙ୍କ ହାତ ଛାଡ଼ିଦେବା ସଭିଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏପରି ଗମ୍ଭୀର ସ୍ଥିତିରେ ସରକାର ସମ୍ବେଦନହୀନ ନ ହୋଇ ଲୋକଙ୍କ ସହିତ ଛିଡ଼ା ହୁଅନ୍ତୁ, ଲୋକଙ୍କୁ ସୁରକ୍ଷା ଦିଅନ୍ତୁ। #OdishaFloods #BJDWithOdisha
91
280
3
1,473
139,847
ବହୁତ ବହୁତ ଶୁଭେଚ୍ଛା ଜ୍ୟୋତିର୍ମୟୀ ଇଣ୍ଡିଆନ୍ ଆଇଡଲ୍ ୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ଭେଟି ଅଭିନନ୍ଦନ ଜଣାଇଲି। ତାଙ୍କ ସଫଳତା ସଭିଙ୍କ ପାଇଁ ଗୌରବ ଆଣିଛି। ତାଙ୍କର ଆହୁରି ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। #OdishaPride #IndianIdol16
41
208
3
3,041
122,942
Glad to share that #Odisha has been ranked fifth in the country in attracting investment, as per @NITIAayog’s latest ‘Investment Friendliness Index (IFI) Report prepared based on performance in 2023-24. Odisha has an overall score of 52.4% compared to 56.6% of Gujarat. From bankruptcy in 2000, to stand tall among top states in attracting investment across India is immensely satisfactory for me. The turnaround from a laggard state to a beacon state is a story of our sustained reform, fiscal discipline and transformative governance under the principles of #5T which is now being celebrated by present Odisha BJP Government. Odisha has scored ahead of several double engine governments in many parameters while it has emerged as shining beacon in prudent fiscal management across the country, which has been praised by NITI Aayog. Total outstanding liabilities stood at just 16% of Gross State Domestic Product (GSDP), while interest payments were only 1.38% of GSDP, which is lowest across the country. Odisha accounted for nearly half of India’s mineral output and close to a quarter of the nation’s coal production. And I wonder where are the so-called double engine governments? Our sustained effort, policy interventions and discipline have turned the state into a magnet for investment. It has empowered Odisha to invest in people‑centric welfare initiatives. It helped us in investing in pioneering schemes like #BSKY, #KALIA, and #MissionShakti to #SkillDevelopment, #OdishaSchoolTransformation, Tribal welfare, #DisasterManagement, infrastructure development, irrigation projects, poverty alleviation and fund our own food security scheme without waiting for handouts from the Centre. I convey my deepest gratitude to the people of Odisha, whose steadfast partnership has powered this remarkable journey of transformation. I am happy that Odisha BJP is chest thumping the achievement of Biju Janata Dal as its own. But I am worried with the way the Odisha double engine govt is mis-managing finances, it could push the state into same path of bankruptcy which we inherited 25 years back. #BJDforOdisha #GoodGovernance #OdishaLeads
111
216
18
1,334
54,323
Investment summits generate great applause, but true economic success is measured by projects that actually hit the ground. With grounded investment value dropping by nearly 25%, the BJP must answer for the widening gap between promises and real-world performance.
1
779
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗତକାଲି ଟ୍ୱଇଟ ର ପ୍ରଭାବ ବୋଧେ .... @Naveen_Odisha @MohanMOdisha @CMO_Odisha @BJP4Odisha
3
638
ବିଜୁ ଜନତା ଦଳରେ ସାମିଲ ହୋଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୁଜାତା ରାଉତଙ୍କ ନାଁରେ କେହି ବ୍ୟକ୍ତି ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲି ପୋଷ୍ଟ କରୁଥିବା ନଜରକୁ ଆସିଛି। ସ୍ପଷ୍ଟ କରିବାକୁ ଚାହେଁ, ଶ୍ରୀମତୀ ରାଉତଙ୍କର ସୋସିଆଲ ମିଡିଆରେ କୈାଣସି ଆକାଉଣ୍ଟ ନାହିଁ। ଫେକ୍ ଆକାଉଣ୍ଟ ଜରିଆରେ ହେଉଥିବା ପୋଷ୍ଟଗୁଡ଼ିକୁ ବିଶ୍ୱାସ ନକରିବାକୁ ଅନୁରୋଧ। It has come to notice that some unauthorised individual has opened social media account in the name of BJD member and former IAS officer Mrs. Sujata Raut. This is to clarify that currently she does not have any social media account. People are requested not to believe these posts made through such impersonated accounts.
48
14
203
40,395
ବିଜୁ ଜନତା ଦଳରେ ଶ୍ରୀମତୀ ସୁଜାତା ରାଉତଙ୍କୁ ସ୍ଵାଗତ କଲି। ଜଣେ ସାଧାରଣ କର୍ମୀ ଭାବେ ସେ ଦଳରେ ସେବା କରିବେ। ପ୍ରଶାସନିକ ଅଧିକାରୀ ଭାବେ ସେ ଅନେକ ଭଲ କାମ କରିଛନ୍ତି। ବିଭିନ୍ନ ପଦବୀରେ ରହି ସେ ଅଗଣିତ ଲୋକଙ୍କ ଆଶା ପୂରଣ କରିଛନ୍ତି। ବିଶେଷକରି ‘ମିଶନ ଶକ୍ତି’ ମାଧ୍ୟମରେ ମା’ମାନଙ୍କ ପାଇଁ ଏବଂ ‘ଓଡ଼ିଆ ଭାଷା’କୁ ସମୃଦ୍ଧ କରିବାରେ ବଡ଼ ଯୋଗଦାନ ଦେଇଛନ୍ତି। ମୋର ବିଶ୍ଵାସ ସେ ସମର୍ପିତ ଭାବେ ବିଜୁ ଜନତା ଦଳ ଏବଂ ଓଡ଼ିଶାବାସୀଙ୍କ ସେବା କରିବେ, ତାଙ୍କୁ ମୋର ଶୁଭେଚ୍ଛା। #BJDWithOdisha
124
186
8
1,587
112,347
ଭତ୍ତା ନ ପାଇ ଦୈନନ୍ଦିନ ଜୀବନ ଅତିବାହିତ କରିବାକୁ ଆମ ରାଜ୍ୟର ବୟସ୍କ ନାଗରିକ, ବିଧବା ମା', ଭିନ୍ନକ୍ଷମମାନେ ସମ୍ମୁଖୀନ ହେଉଥିବା ନାହିଁ ନଥିବା ଅସୁବିଧା ମୋତେ ଚିନ୍ତିତ ଓ ବ୍ୟଥିତ କରିଛି। ଦୀର୍ଘ ୩ ମାସ ଧରି ଓଡ଼ିଶାର ପ୍ରାୟ ୧୮ଲକ୍ଷ ହିତାଧିକାରୀ ଭତ୍ତା ପାଇନାହାନ୍ତି। ଭତ୍ତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଅନେକ ଅସହାୟ ଓ ନିଷ୍ପେସିତ ଲୋକ ଏବେ ଘୋର ହତାଶା ଓ ଅସମ୍ଭବ ଯନ୍ତ୍ରଣାରେ ଜୀବନ ବଞ୍ଚୁଛନ୍ତି। ଭତ୍ତା ନ ପାଇ ଗଞ୍ଜାମ, ବେଗୁନିଆପଡ଼ାର ସାବିତ୍ରୀ ଦୋରା ଜୀବନ ହାରିବା ପରି ଖବର ସାରା ଓଡ଼ିଶାକୁ ଦୁଃଖିତ କରିଛି। ନିଜ ଦୁର୍ବଳଶ୍ରେଣୀର ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ସର୍ବଦା ପ୍ରତିବଦ୍ଧ ଥିବା ଓଡ଼ିଶା ପରି ରାଜ୍ୟରେ ଏପରି ପରିସ୍ଥିତି କଦାପି ଗ୍ରହଣୀୟ ନୁହେଁ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଦୀର୍ଘଦିନ ଧରି ଭତ୍ତା ନ ମିଳିବା ସଫ୍ଟୱେର୍ ଜନିତ ସମସ୍ୟା ବୋଲି କୁହାଯାଉଛି; ଯାହା ଦର୍ଶାଉଛି ଏ ସରକାର ନିଜ ଉତ୍ତରଦାୟିତ୍ୱ ନିର୍ବାହ କରିବାରୁ ପଛଘୁଞ୍ଚା ଦେଉଛନ୍ତି। ପ୍ରଯୁକ୍ତିବିଦ୍ୟାର ବିଫଳତା ଦର୍ଶାଇ ଲୋକମାନଙ୍କୁ ନିଜ ନାର୍ଯ୍ୟ ଅଧିକାର ପାଇବାରୁ କଦାପି ବଞ୍ଚିତ କରାଯାଇ ପାରିବ ନାହିଁ। ବିଜୁ ଜନତା ଦଳର ସରକାରରେ ପ୍ରତିମାସର ୧୫ ତାରିଖରେ 'ଜନ ସେବା ଦିବସ' ଭାବେ ଭତ୍ତା ବିତରଣ କରାଯାଉଥିଲା। ହିତାଧିକାରୀମାନେ ନିଜ ଗ୍ରାମପଞ୍ଚାୟତରେ ଭତ୍ତା ପାଉଥିଲେ, ଯେଉଁମାନେ ଆସି ପାରୁନଥିଲେ ସେମାନଙ୍କ ପାଖରେ ଅଧିକାରୀମାନେ ଭତ୍ତା ପହଞ୍ଚାଇବା ସୁନିଶ୍ଚିତ କରୁଥିଲେ। ଏହି ଲୋକକୈନ୍ଦ୍ରିକ ବ୍ୟବସ୍ଥା ସାରା ଦେଶରେ ପ୍ରଶଂସିତ ହୋଇଥିଲା ଏବଂ ସୁପ୍ରିମକୋର୍ଟ ମଧ୍ୟ ଏହାର ପ୍ରଶଂସା କରିଥିଲେ। ବର୍ତ୍ତମାନର ଭତ୍ତା ସଙ୍କଟ ଏହି ଲୋକକୈନ୍ଦ୍ରିକ ବ୍ୟବସ୍ଥାର ଗୁରୁତ୍ୱକୁ ପ୍ରମାଣିତ କରୁଛି। ତିନି ମାସ ଧରି ଭତ୍ତା ନ ମିଳିବା କେବଳ ପ୍ରକ୍ରିୟାଗତ ବିଫଳତା ନୁହେଁ, ବରଂ ଏହା ଏକ ସମ୍ବେଦନହୀନ ଶାସନ ବ୍ୟବସ୍ଥାର କଳୁଷିତ ଉଦାହରଣ ସୃଷ୍ଟି କରୁଛି। ଏପରି ସ୍ଥିତିକୁ ଏଡ଼ାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ତୁରନ୍ତ ହିତାଧିକାରୀଙ୍କ ହାତରେ ସମସ୍ତ ବକେୟା ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା କରନ୍ତୁ। ଭତ୍ତା ହିତାଧିକାରୀଙ୍କ ସମ୍ମାନ ଏବଂ ସାମାଜିକ ସୁରକ୍ଷା ସୁନିଶ୍ଚିତ କରାଯାଉ। #BJDWithOdisha
49
139
3
570
11,674
ମୁଖ୍ୟମନ୍ତ୍ରୀ ମାଝୀ ମହୋଦୟଙ୍କ ଐତିହାସିକ ସଫଳତା.... ଏଭଳି ରୋବର୍ଟ ଆଇଟମ ଥିଲେ ରାଜ୍ୟର କଲ୍ୟାଣ ହେଲା ଜାଣ... #MohanMajhi #ଦୁଇବର୍ଷ_ଓଡ଼ିଶାର_ସର୍ବନାଶ #ରଙ୍ଗବଦଳାସରକାର #OdishaWantsChange #DoubleEngineFailure #୨ବର୍ଷର_ବିଫଳତା #BJP2YearFailure
1
3
121
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଓଡ଼ିଆ ପାଠ୍ୟପୁସ୍ତକରେ ଶହଶହ ଭୁଲ ବାହାରିବା ବିଜେପି ସରକାରର ଅତ୍ୟନ୍ତ ଦାୟିତ୍ବହୀନ ତଥା ଖାମଖିଆଲି ମନୋଭାବକୁ ଦର୍ଶାଉଛି। ପିଲାମାନଙ୍କୁ ଏ ସରକାର ଠିକ ସମୟରେ ପାଠ୍ୟପୁସ୍ତକ ଯୋଗାଇ ପାରୁନଥିବା ବେଳେ, ମିଳିଥିବା ପାଠ୍ୟପୁସ୍ତକରେ ବି ଅନେକ ଭୁଲ ବାହାରିବା ପିଲାଙ୍କ ପାଠପଢ଼ା ଆଶାକୁ ଭାଙ୍ଗି ଦେଇଛି। ଶିକ୍ଷା ହେଉଛି ଜୀବନର ମେରୁଦଣ୍ଡ, ଶିକ୍ଷା ଫିଟାଇଥାଏ ସମୃଦ୍ଧିର ବାଟ। ହେଲେ ବିଜେପି ସରକାରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ବିଜେପି ସରକାର ପିଲାଙ୍କ ଭବିଷ୍ୟତ ଏମିତି ଗଢ଼ିବାକୁ ଚାହୁଁଛି? ମହାପୁରୁଷଙ୍କ ନାମକୁ କଦର୍ଥ କରିବା, ଗଞ୍ଜାମ ବଦଳରେ ବ୍ରହ୍ମପୁରକୁ ଜିଲ୍ଲା ଭାବେ ଅଭିହିତ କରିବା, ଭୁଲ ବନାନ ଲେଖାଯିବା ଛୋଟିଆ କଥା ନୁହେଁ। 'ଓଡ଼ିଆ ଅସ୍ମିତା'ର ନାରା ଦେଇ ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଆ ଭାଷା ଓ ଲିପିକୁ ସର୍ବାଧିକ କଦର୍ଥ କରାଯାଇଛି। ଶୈଶବରୁ ପିଲାମାନଙ୍କ ଶିକ୍ଷା ସହ ବିଜେପି ସରକାର କରୁଥିବା ସାଲିସ୍ କଦାପି କ୍ଷମଣୀୟ ନୁହେଁ। ତୁରନ୍ତ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା ସହ ପିଲାମାନଙ୍କ ଉତ୍ତମ ଶିକ୍ଷା ସୁନିଶ୍ଚିତ କରାଯାଉ। #BJDWithOdisha
136
290
8
1,367
27,642
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଓଡ଼ିଶାର ଡ଼. ମହେନ୍ଦ୍ର କୁମାର ମିଶ୍ରଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଜନଜାତିଙ୍କ ବିକାଶ, ସେମାନଙ୍କ ଭାଷାର ସୁରକ୍ଷା ତଥା ସଂସ୍କୃତିର ପ୍ରସାରରେ ଦୀର୍ଘ ଦଶନ୍ଧି ଧରି ତାଙ୍କର ସମର୍ପିତ ଉଦ୍ୟମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ପ୍ରୟାସ ଆହୁରି ବଳିଷ୍ଠ ହେଉ, ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରୁଛି। #PadmaAward
18
90
1
491
5,444
କଳାହାଣ୍ଡିରେ ପାଇଖାନା ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ୬ଜଣ ଶ୍ରମିକ ପ୍ରାଣ ହରାଇଥିବା ବିଷୟରେ ଜାଣି ମୁଁ ଦୁଃଖିତ ଓ ମର୍ମାହତ। ସମସ୍ତ ଶ୍ରମିକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।
20
78
1
395
7,418
ବିଜୁ ଜନତା ଦଳର ଆଇନଜୀବୀ ସାମ୍ମୁଖ୍ୟର ସଦସ୍ୟମାନଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କଲି। ଲୋକଙ୍କ ସ୍ୱାର୍ଥ ଓ ସମସ୍ୟାକୁ ଅଗ୍ରାଧିକାର ଦେଇ ସମାଧାନ କରିବାକୁ ଆହ୍ୱାନ କଲି। #BJDWithOdisha
43
118
1
613
12,775